କେତେ ଭୟଙ୍କର ହୋଇପାରେ ଏହି ଖାଦ୍ୟ ! ଛତୁ ରସକୁ ନିଜ ଶରୀରରେ ଇନଜେକ୍ଟ କରିଦେଲେ ଯୁବକ, ଶିରା ପ୍ରଶିରାରୁ ଉତ୍ପନ୍ନ ହେଉଛି ଛତୁ

Published By : Prameya-News7 Bureau | January 15, 2021 IST

ନେବ୍ରାସ୍କା ୧୫/୦୧ : ପିଲାବେଳେ ଫଳ ଖାଇଲାବେଳେ ଭୁଲ ବଶତଃ କୋଉ ମଞ୍ଜି ଗିଳି ହେଇଗଲେ ଲୋକେ କହୁଥିଲେ ଏବେ ପେଟରୁ ଗଛ ବାହାରିବ। ଏତିକି ଶୁଣି ପିଲା ଡରି ଯାଉଥିଲେ। ଏହା ପ୍ରାୟ ସମସ୍ତଙ୍କ ପିଲାବେଳର ଏକ ଅଭୁଲା ସ୍ମୃତି। ଲୋକେ ଏହା ଥଟ୍ଟାରେ କହୁଥିଲେ ନିଶ୍ଚୟ କିନ୍ତୁ ଏହାକୁ ଜଣେ ବ୍ୟକ୍ତି ସତ କରି ଦେଖାଇଛନ୍ତି। ତେବେ ଏହି କାମ ପାଇଁ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। 

ଆମେରିକା ନେବ୍ରାସ୍କାରେ ଜଣେ ୩୦ ବର୍ଷୀୟ ଯୁବକ ଛତୁର ରସ ବାହାର କରି ତାକୁ ନିଜ ଶରୀରରେ ଇନଜେକ୍ଟ କରିଦେଲେ। ପ୍ରଥମେ ସେ ଛତୁ ରସ ସିରିଞ୍ଜରେ ପକାଇ ପରେ ତାକୁ ନିଜ ଶରୀରରେ ଇନଜେକ୍ଟ କରିଦେଲେ। ତାପରେ ଯାହା ହେଲେ ବୋଧହୁଏ ଆପଣ ବିଶ୍ୱାସ କରିବେନି। କିଛି ଘଣ୍ଟାରେ ବ୍ୟକ୍ତିଙ୍କ ଶିରାରୁ ଛତୁ ବାହାରି ବସିଲା। ଛତୁ ବାହାରିବା ଯୋଗୁଁ ତାଙ୍କର କିଛି ଅଙ୍ଗ କାମ କରିବା ବନ୍ଦ କରିଦେଲା। ବହୁ କଷ୍ଟରେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇଲେ। ଜୀବନ ତ ବଞ୍ଚିଗଲା କିନ୍ତୁ ତାଙ୍କୁ ଏବେ ଅନେକ ବର୍ଷ ଯାଏଁ ଆଣ୍ଟିଫଙ୍ଗଲ ଔଷଧ ଖାଇବାକୁ ପଡିବ। 

{"id":392913,"sizeSlug":"large","linkDestination":"none"}

ଏହି ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଇଛି। ସେ ଡିପ୍ରେସନରେ ଗ୍ରାସିତ। ତାଙ୍କର ଚିକିତ୍ସା ଚାଲିଥିଲା। ଡିପ୍ରେସନର ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ସାଇକେଡେଲିକ୍ ଛତୁ ଖାଇବାକୁ କହିଥିଲେ।

ଛତୁରେ ସାଇଲୋସାଇବିନ ନାମକ ତତ୍ୱ ଅଛି ଯାହା ମାନସିକ ରୋଗୀଙ୍କ ମନକୁ ଶାନ୍ତ ରଖିଥାଏ। ତେଣୁ ଯୁବକ ଜଣକ ବିଚାର କଲେ ଛତୁ ଖାଇବା ଅପେକ୍ଷା ତାକୁ ସିଧା ଶିରା ପ୍ରଶିରା ପହଞ୍ଚାଇଦେବା ଆହୁରି ଭଲ। ଏହାପରେ ସେ ସାଇକେଡେଲିକ୍ ଛତୁକୁ ପାଣିରେ ଫୁଟାଇଲେ ଓ ସେହି ପାଣିକୁ ଏକ ସୁତା କପଡାରେ ଛାଣିଦେଲେ। ଏହାପରେ ସେହି ପାଣିକୁ ସିରିଞ୍ଜ ମାଧ୍ୟମରେ ନିଜ ଶରୀରରେ ଇନଜେକ୍ଟ କରିଦେଲେ। ଦୁଇ ଦିନ ପରେ ତାଙ୍କୁ ବହୁତ ଥକାପଣ ଅନୁଭୂତ ହୋଇଥିଲା।

{"id":392914,"sizeSlug":"large","linkDestination":"none"}

ଡାକ୍ତର କହିଛନ୍ତି, କିଛି ସମୟରେ ପରେ ଯୁବକଙ୍କ ରକ୍ତ ବାନ୍ତି ହୋଇଥିଲା। ଯାଞ୍ଚ ପରେ ଜଣାପଡିଥିଲା ସେ ଯେଉଁ ଛତୁର ରସ ନିଜ ଶରୀରରେ ଇନଜେକ୍ଟ କରିଥିଲେ ତାର ପ୍ରଭାବରେ ତାଙ୍କ ଶିରା ପ୍ରଶିରାରେ ଛତୁ ଉତ୍ପନ୍ନ ହୋଇଥିଲା। ଡାକ୍ତର କହିଛନ୍ତି ଛତୁ ଯୋଗୁଁ ତାଙ୍କ ଲିଭରରେ ଘା' ହୋଇଯାଇଛି। ତାଙ୍କର ଅନେକ ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା।

ଯାଞ୍ଚ ପରେ ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ତାଙ୍କ ରକ୍ତ ବଦଳାଇ ଦେଇଥିଲେ। ଶରୀରରେ ବାକିଥିବା ଟକ୍ସିନ ବାହାର କରିବାକୁ ତାଙ୍କୁ ହସ୍ପିଟାଲରେ ୨୨ ଦିନ ରଖାଯାଇଥିଲା। ତେବେ ତାଙ୍କୁ ଅନେକ ବର୍ଷ ଯାଏଁ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗଲ ଔଷଧ କହିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.