ରାକ୍ଷାସ ସ୍ୱାମୀ ରାନ୍ଧୁଥିଲା ମଣିଷ ହାତ, ଭୟରେ ପୋଲିସକୁ ଡାକିଆଣିଲା ସ୍ତ୍ରୀ

Published By : Prameya-News7 Bureau | March 10, 2020 IST

ଲକ୍ଷ୍ନୌ, ୧୦|୦୩:   ସାପ୍ତାହିକ ହାଟକୁ ଯାଇଥିଲେ ମହିଳା। କିନ୍ତୁ ସେ ଘରକୁ ଫେରିବା ପୂର୍ବରୁ ତାଙ୍କ ସ୍ୱାମୀ ମଧ୍ୟ ଆସିଯାଇଥିଲେ। ସ୍ୱାମୀ ରୋଷେଇ ଘରେ ରାତ୍ରିଭୋଜନ ଖାଦ୍ୟ ପ୍ରସ୍ତୁତ କରୁଥିଲେ। କିନ୍ତୁ ମହିଳାଜଣଙ୍କ ଟିକେ ଭଲରେ ଦେଖିବା ପରେ ତାଙ୍କ ସ୍ୱାମୀ ଏକ ମଣିଷ ହାତକୁ ରାନ୍ଧୁଥିବା ସେ ଜାଣିପାରିଥିଲେ। ଏପରି ଏକ ଘଟଣା ଉତ୍ତରପ୍ରଦେଶ ବିଜନୋର ଟିକୋପୁର ଗ୍ରାମରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାନୁସାରେ, ମହିଳାଙ୍କ ସ୍ୱାମୀ ସେଦିନ ଅଧିକ ମଦ ପାନ କରିଥିଲେ। ଫଳରେ ଘରକୁ ଫେରିବା ସମୟରେ ମଶାଣୀରୁ ପଲିଥିନରେ ପୁରାଇ  ଏକ ମଣିଷ ହାତ ନେଇ ଆସିଥିଲେ। ଏହାପରେ ତାକୁ ଏକ ତାଓ୍ୱାରେ ଭାଜୁଥିଲେ। ଏହା ଦେଖିବା ପରେ ମହିଳଜଣଙ୍କ ଭୟରେ ଘର ବାହାରକୁ ଚାଲିଆସି ପଡୋଶୀ ଓ ପୋଲିସକୁ ଏନେଇ ଜଣାଇଥିଲେ।

ପୋଲିସର କହିବାନୁସାରେ, ସଞ୍ଜୟନାମକ ଏହି ବ୍ୟକ୍ତିଜଣଙ୍କ ସର୍ବଦା ମଦ୍ୟପାନ କରିଥାନ୍ତି। କିଛିଦିନ ତଳେ ପିତାଙ୍କ ସହ ସେ ଝଗଡା କରିଥିଲେ। ଏପରିକି ପିତାଙ୍କୁ ମାଡ ମଧ୍ୟ ମାରିଥିଲେ। ଘରକୁ ଫେରିବା ସମୟରେ ସେ ମଶାଣୀରୁ ଏକ ମଣିଷର ହାତ ନେଇ ଘରକୁ ଚାଲିଆସିଥିଲେ। ତାଙ୍କୁ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.