କବରସ୍ଥାନ ନେଇଯିବା ପରେ ଅଚାନକ ଜୀବନ୍ତ ହୋଇଗଲା ଶବ ; ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | June 11, 2019 IST

ପାଲନପୁର ୧୧/୬ : ଗୁଜୁରାଟ ପାଲନପୁର ଜନତା ନଗରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଶେଷକୃତ୍ୟ ପାଇଁ ଶବକୁ ସ୍ମଶାନ ନେଇଯାଉଥିବା ବେଳେ ହଠାତ ତାଙ୍କର ଚେତା ଆସିଯାଇଥିଲା । ଯେଉଁ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ସେହି ଯୁବକ ଅଚାନକ ଜୀବିତ ହୋଇଗଲେ ।

ଶ୍ରମିକ ଭାବେ କାମ କରୁଥିବା ନଦିମ ନାଗରୀଙ୍କୁ ଅଂଶୁଘାତ ହେବାପରେ ମହାଜନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳୁ ଅଚାନକ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନଦିମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଲେ । ମୃତ୍ୟୁ ଖବର ଶୁଣି ସମ୍ପର୍କୀୟ ମଧ୍ୟ ଆସି ନଦିମଙ୍କ ଘରେ ପହଁଚିଲେ । ଏହାପରେ ନଦୀମଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ରୀତିନୀତି ଅନୁଯାୟୀ ତାଙ୍କୁ ସ୍ମଶାନକୁ ନିଆଯାଇଥିଲା । ତାଙ୍କ ଶବ କବରସ୍ଥାନରେ ପହଁଚିଲା । ଶବକୁ ପୋତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସମୟରେ ଅଚାନକ ନଦିମଙ୍କ ନିଶ୍ୱାସ ଚାଲିବା ଆରମ୍ଭ ହୋଇଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

{"id":122115}

ତାଙ୍କର ହୋସ ଆସିଯାଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମଧ୍ୟ ନଦିମଙ୍କୁ ପୁଣିଥରେ ବଞ୍ଚାଇବା ପାଇଁ ପୁରା ପ୍ରୟାସ କଲେ କିନ୍ତୁ ବିଫଳ ହୋଇଥିଲେ । ପୁଣିଥରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନଦିମଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ମହାଜନ ହସ୍ପିଟାଲର ଡାକ୍ତର ନଦିମଙ୍କୁ ସକାଳ ୮ଟାରେ ମୃତ ଘୋଷଣା କରିଥିଲେ । କିନ୍ତୁ ସେ ଦିନ ୧୨ଟା ଜଣେ ଜୀବିତ ଥିଲା । ଦିନ ୧୨ଟା ପରେ ନଦୀମାଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ହସ୍ପିଟାଲ ଟ୍ରଷ୍ଟର ସମ୍ପାଦକ କିଛି ପ୍ରତିକ୍ରିୟା ଦେବା ପାଇଁ ମନ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.