ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ଆହତ ଯୁବକ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | December 01, 2021 IST

ବ୍ରହ୍ମପୁର, ୧/୧୨: ଗୋସାଣିନୁଆଁ ଗାଁ ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ସଚିନ ଚୌଧୁରୀ (୨୮) ନାମକ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ସେ ଏଥିରେ ଆହତ ହୋଇଛନ୍ତି ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି କାଣ୍ଡ ହୋଇଥିବା ସଚିନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଶାଳିଆ ବନ୍ଧ ସାହିରେ ବିଏମ୍‌ସି ପକ୍ଷରୁ ଜବର ଦଖଲ ଉଚ୍ଛେଦ ଚାଲିଥିଲା । ଏହି ସମୟରେ ଉକ୍ତ ଅଞ୍ଚଳରେ ଗୁଳି ଫୁଟିଛି । ଆହତ ସଚିନଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.