Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବତକ ଛୁଆକୁ ଗିଳିଦେବାରୁ ବେକରେ ତମ୍ପ ସାପ ପକାଇ ସହର ବୁଲିଲେ ଯୁବକ, ପଥଚାରୀ ଭୟଭୀତ

9/09/2021 at 11:05 PM

ନୀଳଗିରି, ୦୯/୦୯: ତମ୍ପ ସାପ ନାମ ଶୁଣିଲେ ଯେ କେହି ବି ଭୟରେ ଡରି ଉଠନ୍ତି । ହେଲେ ଏହି ସାପଟି ବତକ ଛୁଆକୁ ଗିଳି ଦେବାରୁ ଜଣେ ଯୁବକ ଏହାକୁ ବେକରେ ପକାଇ ସହର ପରିକ୍ରମା କରିବା ଭଳି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ନୀଳଗିରି ଏନଏସି ଅଧିନ ମିରିଗିଣୀ ଗ୍ରାମର ଭାଗବତ ବେହେରାଙ୍କ ଘରେ ଏକ ୫ ଫୁଟିଆ ତମ୍ପ ସାପ ପଶି ଯାଇଥିଲା। ଏପରିକି ତିନୋଟି ବତକ ଛୁଆକୁ ମଧ୍ୟ ଗିଳିଦେଇଥିଲା।

ଏଥିରେ ଉତ୍ୟକ୍ତ ହୋଇ ଭାଗବତ ସାପଟିକୁ ଧରି ନୀଳଗିରି ସହରକୁ ଆସିଥିଲା। ସାପର ମୁଣ୍ଡକୁ ହାତରେ ଚାପି ଧରି କେତେବେଳେ ବେକରେ ପକାଉଥିଲେ ତ ଆଉ କେତେବେଳେ ରାସ୍ତା ମଝିରେ ରଖୁଥିଲା। ଏତିକି ବେଳେ ତମ୍ପଟି ରାଗରେ ଗର୍ଜନ କରି ଫଣା ଟେକୁଥିଲା। ଭୟରେ ପଥଚାରୀମାନେ ବ୍ୟତିବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳିଥିଲା । ପରେ ସାପଟି ଗିଳିଥିବା ବତକ ଛୁଆ ଓକାଳିବାରୁ ଯୁବକ ଜଣକ ତାକୁ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡିଛି।

   Related Posts