ଚୋର ସନ୍ଦେହରେ ମହିଳାଙ୍କୁ ପିଟି ପିଟି ହତ୍ୟା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | October 18, 2020 IST

କୋଲକାତା ୨୦/୧୬: ହଜିଗଲାଣି ମାନବିକତା ! ଆଇନ୍‌ ହାତକୁ ନେଇ ଲୋକେ ନେଉଛନ୍ତି ନିଷ୍ପତ୍ତି। ପୋଲିସ ପହଞ୍ଚିବା ପୂର୍ବରୁ ସବୁ କିଛି ସରିଯାଉଛି। ପଶ୍ଚିମବଙ୍ଗ ୨୪ ପ୍ରାଗଣା ଜିଲ୍ଲା​‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଚୋର ସନ୍ଦେହରେ ଜଣେ ୪୧ ବର୍ଷୀୟା ମହିଳାଙ୍କୁ ପିଟି ପିଟି ହତ୍ୟା କରିବା ସହ ତାଙ୍କ ସ୍ବାମୀଙ୍କୁ ଗୁରୁତର କରିଦେଇଛନ୍ତି ଲୋକେ ।

କାଶିପୁର ଥାନା ଅନ୍ତର୍ଗତ ଚୀନପୁକୁର ଗାଁରେ ୧୬ ଅକ୍ଟୋବରେ ଏଭଳି ଏକ ଘଟଣା ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ମହିଳାଙ୍କୁ ଚୋର ବୋଲି କହି ୧୪ ଜଣ ତାଙ୍କୁ ବାଡ଼ି ଓ ଳୁହା ଛଡ଼ରେ ପିଟିଥିଲେ। ସେ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ପରେ ସେ ବେହୋସ ହୋଇଯାଇଥିଲେ। ତେବେ ଅଭିଯୁକ୍ତ ମହିଳାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ ସହାୟତାରେ  ଦୁଇ ଜଣଙ୍କୁ ପ୍ରଥମେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋଲକାତାର ଏକ ଘରୋଇ ହସ୍ବିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ ନେବା ବାଟରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ୍‌ କହିଛି। ତେବେ ଏନେଇ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.