Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଲାଗିଯାଇଥିଲା ଫେସବୁକ୍ ନିଶା: ମହିଳାଙ୍କୁ ଚାକିରୀରେ ରଖିଲେ ବ୍ଲଗର୍, ଫେସବୁକ୍ ଖୋଲିଲା ମାନେ ମାରୁଥିଲେ ଚାପୁଡ଼ା

11/11/2021 at 9:18 PM

ନୂଆଦିଲ୍ଲୀ ୧୧/୧୧ : ସୋସିଆଲ ମିଡ଼ିଆରେ ବେଳେବେଳେ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଭାଇରାଲ ହେଉଛି ଯିଏ ଜଣେ ଯୁବତୀଙ୍କୁ ଚାକିରୀରେ ରଖିଛନ୍ତି ଯିଏ ତାଙ୍କୁ ଚାପୁଡ଼ା ମରିଥାଏ। ବ୍ୟକ୍ତି ଜଣକ ଫେସବୁକ ବ୍ୟବହାର କଲେ ଯୁବତୀ ତାଙ୍କୁ ଚାପୁଡ଼ା ମାରନ୍ତି। ତେବେ ମଜାଦାର କଥା ହେଲା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ ଏହି ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି।

ଘଟଣା ଆମେରିକାର। ଲାଇଭ ମିଣ୍ଟର ଏକ ଖବର ଅନୁଯାୟୀ, ଭାରତୀୟ ମୂଳର ଜଣେ ଆମେରିକୀୟ ଫେସବୁକ ବ୍ୟବହାର କରିବା ଅଭ୍ୟାସରୁ ଚିନ୍ତିତ ହୋଇପଡିଥିଲେ। ଅଭ୍ୟାସ ଛାଡିବାକୁ ସେ ଜଣେ ଯୁବତୀଙ୍କୁ ଚାକିରୀରେ ରଖିଥିଲେ ଯିଏ ତାଙ୍କୁ ଫେସବୁକ ବ୍ୟବହାର କଲେ ଚାପୁଡ଼ା ମାରିବ। ଘଟଣା ପ୍ରାୟ ୯ ବର୍ଷ ପୁରୁଣା। କିନ୍ତୁ ଘଟଣା ଏବେ ଭାଇରାଲ ହୋଇଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ସେନ ଫ୍ରାନସିସ୍କୋର ବ୍ଲଗର ମନୀଷ ସେଠୀ ଜଣେ ମହିଳାଙ୍କୁ କାମରେ ରଖିଥିଲେ ଯିଏ ତାଙ୍କୁ ଫେସବୁକ ଖୋଲିଲେ ଚାପୁଡ଼ା ମାରୁଥିଲେ।

ମହିଳାଙ୍କୁ ମନୀଷଙ୍କ ପାଖରେ ବସି କାମ କରିବାକୁ ପଡୁଥିଲା। ଏଥିପାଇଁ ସେ ମହିଳାଙ୍କୁ ଘଣ୍ଟା ପ୍ରତି ୮ ଡଲାର ଦେଉଥିଲେ। ଫେସବୁକ ଖୋଲିଲା ମାନେ ସେ ତାଙ୍କୁ ଚାପୁଡ଼ା ମାରୁଥିଲେ। ଏକ ବ୍ଲଗ ପୋଷ୍ଟରେ ମନୀଷ କହିଥିଲେ ଯେ କାରା ନାମକ ମହିଳାଙ୍କୁ କାମରେ ରଖିବା ପରେ ତାଙ୍କର ଉତ୍ପାଦକତା ୯୮% ହୋଇଯାଇଥିଲା।

ଘଟଣା ୯ ବର୍ଷ ପୁରୁଣା। କିନ୍ତୁ ଏଲନ ମସ୍କ ଏଥିରେ ପ୍ରତିକ୍ରିୟା ରଖିବା ପରେ ଏହା ଭାଇରାଲ ହୋଇଛି। ଏଲନ ମସ୍କ ଏହାକୁ ସେୟାର କରି ହାର୍ଟ ଇମୋଜୀ ଦେଇଛନ୍ତି। ଏଥିରେ ମନୀଷ ସେଠୀ ଜବାବ ମଧ୍ୟ ଦେଇଛନ୍ତି।

   Related Posts