ଜମାତରେ ସାମିଲ ହେବା କଥା ଲୁଚାଇଥିଲେ ବ୍ୟକ୍ତି, ଏବେ ପରିବାରର ୨ଜଣ କରୋନା ସଂକ୍ରମିତ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ, ୧୦|୦୪:  ଦିଲ୍ଲୀରେ ଜମାତ ସଦସ୍ୟଙ୍କ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଜାତୀୟ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୁରୁବାର ଯାଏଁ ଥିବା ମୋଟ ୭୨୦ ମାମଲାରୁ ଜମାତ ସଦସ୍ୟ ହେଉଛନ୍ତି ୪୩୦ ।  ଯେଉଁମାନେ ମରକଜରେ ସାମିଲ ଥିଲେ ସେମାନେ ପୋଲିସକୁ ସୂଚନା ଦିଅନ୍ତୁ ବୋଲି ଅପିଲ କରାଯାଉଛି । କିନ୍ତୁ କିଛି ସଦସ୍ୟ ଏବାବଦରେ ସରକାର କିମ୍ବା ପୋଲିସକୁ କୌଣସି ସୂଚନା ଦେଉନାହାଁନ୍ତି ।

ତବେ ଦ୍ୱାରକା ଅଞ୍ଚଳରେ ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ଜଣେ ବ୍ୟକ୍ତି ପୋଲିସଠୁ ଲୁଚିବା ସହ ଏକ ବଡ ବିପଦ ସୃଷ୍ଟି କରିଛନ୍ତି । ସେ ନିଜେ କରୋନା ପଜିଟିଭ୍ ହେବା ସହ ତାଙ୍କ ପରିବାରର ୨ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହି ଅସାବଧାନତା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏଫଆଇଆର ରୁଜୁ ହୋଇଛି ।

{"id":251907,"width":750,"height":499,"sizeSlug":"large"}

ଦିଲ୍ଲୀ ପୋଲିସର କହିବାନୁସାରେ, ବ୍ୟକ୍ତିଜଣଙ୍କ ଜମାତ କାର୍ଯ୍ୟକ୍ରମରେ ସାମିଲ ହେବା ପରେ କୌଣସି ସୂଚନା ଦେଇନଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ସେହି ବ୍ୟକ୍ତିଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲା । ତେବେ ଯାଂଚ ବେଳେ ସେ କ୍ୱାରେଣ୍ଟାଇନରେ ନଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା ।

ଏବେ ବ୍ୟକ୍ତିଙ୍କ ପରିବାରର ୨ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେ ରହୁଥିବା ଅଞ୍ଚଳକୁ ପୋଲିସ ସିଲ କରିଛି । ଏହାସହ ପାଖ ପଡୋଶୀ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ପୋଲିସ ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସ୍ଥାନୀୟ ବାସିନ୍ଦାଙ୍କ ଯାଂଚରେ ଲାଗିପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.