Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସ୍ବାମୀଙ୍କ ଗୋଟିଏ ଭୁଲ୍ : ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁ ଲଢ଼ୁଛନ୍ତି କରୋନା ସହ

1/04/2020 at 7:57 PM

ପତ୍ନୀଙ୍କ ଡେଲିଭରି ସମୟରେ ଜଣେ ବ୍ୟକ୍ତି ନିଜଠାରେ କରୋନା ଭାଇରସର ଲକ୍ଷଣକୁ ଲୁଚାଇ ଥିଲେ ଯାହା ଫଳରେ ତାଙ୍କ ପତ୍ନୀ ମଧ୍ୟ ସଂକ୍ରମିତ ହୋଇଯାଇଥିଲେ। ଏହି ମାମଲା ନ୍ୟୁୟର୍କର ଏକ ହସ୍ପିଟାଲର। ପତ୍ନୀ ମ୍ୟାଟରନିଟି ଓ୍ବାର୍ଡ଼ରେ ଭର୍ତ୍ତି ଥିଲେ ଏବଂ ସ୍ବାମୀ ତାଙ୍କୁ ଦେଖା କରିବାକୁ ଆସିଥିଲେ।

ଗତ ସପ୍ତାହର ଏହି ଘଟଣା ନ୍ୟୁୟର୍କର ଷ୍ଟ୍ରଙ୍ଗ ମେମୋରିୟଲ୍ ହସ୍ପିଟାଲର। ଡେଲିଭରି ପରେ ଯେତେବେଳେ ପତ୍ନୀଙ୍କ ଯାଞ୍ଚ କରାଯାଇଥିଲା ସେତେବେଳେ ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇଥିଲା।

ଏବେ ହସ୍ପିଟାଲରେ ଭିଜିଟର୍ସଙ୍କୁ ସ୍କ୍ରିନିଂ କରିବାର ନିଷ୍ପତ୍ତି ନିଆଯାଇଛି। ଭିଜିଟର୍ସଙ୍କୁ ମଧ୍ୟ ସର୍ଜିକାଲ୍ ମାସ୍କ ପିନ୍ଧିବାକୁ ପଡ଼ିବ। ପତ୍ନୀଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯିବା ପରେ ହିଁ ସ୍ବାମୀ ନିଜ ବିଷୟରେ ସୂଚନା ଦେଇଥିଲେ।

ଆମେରିକାରେ ପୂର୍ବରୁ ହିଁ ହସ୍ପିଟାଲ୍ ଭିଜିଟର୍ସଙ୍କ ସଂଖ୍ୟା କମ୍ କରି ଦେଇଛି ଏବଂ ଅଳ୍ପ ଲୋକଙ୍କୁ ହସ୍ପିଟାଲରେ ରୋଗୀଙ୍କ ପାଖକୁ ଆସିବାକୁ ଅନୁମତି ଦିଆଯାଉଛି। କିନ୍ତୁ ପତ୍ନୀଙ୍କୁ ସଂକ୍ରମିତ କରିବାର ମାମଲା ପରେ ହସ୍ପିଟାଲ୍ ଉପରେ ଅନେକ ପ୍ରଶ୍ନ ଉଠୁଛି।

ଶିଶୁ ଜନ୍ମ ହେବାର କିଛି ସମୟ ପରେ ମାଙ୍କଠାରେ ଲକ୍ଷଣ ଦେଖାଯାଇଥିଲା। ଏହି ସମୟରେ ସ୍ବାମୀ ମାନିଥିଲେ ଯେ ତାଙ୍କ ଶରୀରରେ ମଧ୍ୟ ଅନେକ ଲକ୍ଷଣ ଦେଖିବାକୁ ମିଳିଛି।

ଆମେରିକା ସମେତ ବିଶ୍ବବ୍ୟାପି କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାକୁ ଲାଗିଛି। ଏବେ ସୁଦ୍ଧା ବିଶ୍ବରେ ୮,୭୨,୯୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଛନ୍ତି। ୪୩,୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି।

କେବଳ ଆମେରିକାରେ ୪୦୦୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇ ସାରିଛି। ୧ଲକ୍ଷ ୮୮ହଜାରରୁ ଅଧିକ ଲୋକ ଏବେ ଆମେରିକାରେ ସଂକ୍ରମିତ ହୋଇ ସାରିଛନ୍ତି।



   Related Posts