ହୀନ ମାନସିକତା ! ଆଶ୍ରମର ଗୋମାତାଙ୍କ ସହ କରୁଥିଲା ଦୁଷ୍କର୍ମ : ସିସିଟିଭିରେ କଏଦ ପୁରା ଘଟଣା
21/05/2019 at 7:04 PM

ଅଯୋଧ୍ୟା ୨୧/୫ : ଧର୍ମ ନଗରୀ ଅଯୋଧ୍ୟାରୁ ଏମିତି ଏକ ଅପରାଧିକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଶାଳାରେ ଥିବା ଅଲଗା ଅଲଗା ଗୋମାତାଙ୍କ ସହ ଜଣେ ବ୍ୟକ୍ତି ଦୁଷ୍କର୍ମ କରୁଥିଲା । ଘଟଣା ସିସିଟିଭିରେ କଏଦ ହୋଇଥିଲା । ଘଟଣା ଉତ୍ତର ପ୍ରଦେଶ ଅଯୋଧ୍ୟାର କରତାଲିୟା ବାବା ଆଶ୍ରମର । ମନ୍ଦିରର ମହନ୍ତ ରାମଦାସ ଏ ସମ୍ପର୍କରେ ଜାଣିବା ପରେ ସେ ଗୋଶାଳା ଉପରେ ନଜର ରଖିବା ଆରମ୍ଭ କରିଥିଲା । ରାଜକୁମାର ନାମକ ଅଭିଯୁକ୍ତ ଯେମିତି ଗୋମାତାଙ୍କ ସହ କୁକର୍ମ କରିବାକୁ ଗଲା ତାକୁ କାବୁ କରାଯାଇଥିଲା ।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା ଯେ, ୭ ଗାଈ ବସିଛନ୍ତି ଏବଂ ଅଭିଯୁକ୍ତ ଗୋଟିଏ ଗୋଟିଏ କରି ଗୋମାତାଙ୍କ ସହ ଦୁଷ୍କର୍ମ କରିଚାଲିଛି । ଅଭିଯୁକ୍ତକୁ ଧରିବା ପରେ ତାକୁ ପ୍ରଥମେ ନିର୍ଧୁମ ଛେଚା ଯାଇଥିଲା । ତାପରେ ଅଭିଯୁକ୍ତକୁ ଅଯୋଧ୍ୟା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଅଭିଯୁକ୍ତ ରାଜକୁମାର ପଡୋଶୀ ଜନପଦ ଗୋଣ୍ଡା ନବାବ ଗଂଜ ଅଞ୍ଚଳର ।

ଅଭୁଯୁକ୍ତ କହିଥିଲା ଯେ, ସେ ମଦ ପିଇଦେଇଥିଲା ଏବଂ ନିଶାରେ ଥିଲା । ନିଶା ଅବସ୍ଥାରେ ସେ କଣ କଣ କରିଛି ନିଜେ ମଧ୍ୟ ଜାଣିନାହିଁ । ଅଯୋଧ୍ୟା ଏସଏସପି କହିଛନ୍ତି ଯେ, ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତା ବିରୋଧରେ ଆଇପିସି ଧାରା ୩୭୬, ୫୧୧ ଓ ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ଜେଲକୁ ପଠାଇ ଦିଆଯାଇଛି ।