ଟ୍ରେନରୁ ଅପହରଣ କରି ଘରେ ୧୧ ମାସ ପତ୍ନୀଭାବେ ରଖିଥିଲା ନାବାଳିକାଙ୍କୁ, ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Published By : Prameya-News7 Bureau | May 27, 2019 IST

ଫଗଓ୍ବାଡା ୨୭।୫:   ପରିବାର ସହ ଟ୍ରେନରେ ଯାତ୍ରା କରୁଥିବା ଜଣେ  ନାବାଳିକାକୁ ଅପହରଣ କରି ଘରେ ପତ୍ନୀ ଭାବେ ୧୧ ମାସ ରଖିଥିଲେ ଯୁବକ। ରେଳବାଇ ପୋଲିସ ଗିରଫ କରିବା ପରେ ପଦାକୁ ଆସିଛି ଅସଲ ଘଟଣା। ଯୁବକ ନାବାଳିକାଙ୍କ ପ୍ରତି  କରିଥିଲା ବାରମ୍ବାର ଦୁଷ୍କର୍ମ । ଏଭଳି ଏକ ଅଭିଯୋଗ ମିଳିଛି ଛତିଶଗଡ ଫଗଓ୍ୱାଡାରୁ । ପ୍ରାୟ ୧୧ ମାସ ପୂର୍ବେ ଜଳନ୍ଧରରୁ ପରିବାର ସହ ଟ୍ରେନରେ ଛତିଶଗଡ ଆସୁଥିବା ନାବାଳିକାଙ୍କୁ କେହି  ଜଳନ୍ଧର-ଫଗଓ୍ୱାଡା ଷ୍ଟେସନ ମଧ୍ୟରେ ଅପହରଣ କରିଥିବା ନେଇ ଫଗଓ୍ୱାଡା ଜିଆରପି ଥାନାରେ ଅଭିଯୋଗ ହୋଇଥିଲା।

ପୋଲିସ ତଦନ୍ତ ବେଳେ ନାବାଳିକାଙ୍କୁ ଅମୃତସର ଜିଲ୍ଲା ଚେତନପୁରର ଅମ୍ବିକା ଦାସଙ୍କ ପୁଅ ରାମପ୍ରକାଶ ଅପହରଣ କରିଥିବା ସୂଚନା ମିଳିଥିଲା। ସେହି ଅନୁସାରେ ପୋଲିସ ଚଢଉକରି ନାବାଳିକାଙ୍କୁ ଉଦ୍ଧାର କରିବାସହ ରାମପ୍ରକାଶଙ୍କୁ ଗିରଫ କରିଛି । ରାମପ୍ରକାଶ ନାବାଳିକାଙ୍କୁ ଜୋର ଜବରଦସ୍ତ ଟ୍ରେନରୁ ଉଠାଇ ନେଇ ଘରେ ପତ୍ନୀ ବୋଲି କହି ରଖିଥିଲା। ତେବେ ଏହି ସମୟରେ ଡରାଇ ଧମକାଇ  ଦୁଷ୍କର୍ମ କରୁଥିଲା ବୋଲି  ନାବାଳିକା ପୋଲିସକୁ କହିବା ପରେ ମାମଲା ଭିନ୍ନ ମୋଡ ନେଇଛି।

ନାବାଳିକାଙ୍କ ଅଭିଯୋଗ ଅନୁସାରେ ପୋଲିସ ତାଙ୍କର ଡାକ୍ତରୀ ମାଇନା କରିଛି । ଅଭିଯୋଗ ପ୍ରମାଣିତ ହେବାରୁ ପୋଲିସ  ରାମପ୍ରକାଶକୁ କୋର୍ଟରେ ହାଜର କରିଛି । ଖୋର୍ଟ ରାମପ୍ରକାଶକୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ପୀଡିତାଙ୍କୁ ଜଳନ୍ଧରସ୍ଥିତ ନାରୀନିକେତନରେ ଥାଇଥାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.