କୋଲ୍ଡଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ, ବ୍ଲାକ୍‌ମେଲ୍‌ କରି ୭ ବର୍ଷ ହେଲା ରଖିଆସୁଥିଲା ଶାରୀରିକ ସମ୍ପର୍କ

Published By : Prameya-News7 Bureau | January 20, 2021 IST

ଗୁରୁଗ୍ରାମ ୨୦/୦୧: ସରଳତାର ସୁଯୋଗ ନେଇ ୨୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ରାକ୍ଷସ। ଦୀର୍ଘ ୭ ବର୍ଷ ଧରି ବିଭିନ୍ନ ସମୟରେ ମହିଳାଙ୍କ ସହ ଦୁଷ୍କର୍ମ କରୁଥିବା ବେଳେ ମାମଲା ଥାନାରେ ପହଞ୍ଚିଛି। ମହିଳା ଜଣଙ୍କ  ନିଜ ସହ ହୋଇଥିବା ଅନ୍ୟାୟ ବିରୋଧରେ ଥାନରେ ଏତଲା ଦେଇଛନ୍ତି। ମହିଳାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ସୁନିଲ ତାଙ୍କ ସହ ଦୀର୍ଘ ୭ ବର୍ଷ ହେଲା ଦୁଷ୍କର୍ମ କରିଆସୁଛି। ଏପରିକି ଜୋର ଜବରଦସ୍ତ ତାଙ୍କୁ ମନ୍ଦିରରେ ସେପ୍ଟେମ୍ବର ୨୦୨୦ରେ ବିବାହ କରିଛି।

ଘଟଣାଟି ଗୁରୁଗ୍ରାମର ପ୍ରେମନଗର ଅଞ୍ଚଳରେ ଘଟିଛି। ମହିଳା ଜଣଙ୍କ ପ୍ରେମନଗରର ସେକ୍ଟର ୧୨ରେ ରୁହୁଥିବା ବେଳେ ଅଭିଯୁକ୍ତ ସୁନିଲ ମଧ୍ୟ ସେହି ଅଞ୍ଚଳରେ ରହେ। ତେବେ ମହିଳାଙ୍କ ଅଭିଯୋଗ କ୍ରମେ ଦିନେ ସୁନିଲ ତାଙ୍କୁ ଘରକୁ ଡାକିଥିଲା। ସେଠରେ କୋଲ୍ଡ ଡ୍ରିଙ୍କସ୍‌ରେ ନିଶା ମିଶାଇ ପିଇବାକୁ ଦେଇଥିଲା। ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା ସୁନିଲ । ଏହି ସମୟର ଭିଡିଓ ମଧ୍ୟ ନିଜ ଫୋନ୍‌ରେ କଏଦ କରିନେଇଥିଲା ଅଭିଯୁକ୍ତ।

ତା ପରଠୁ ସେହି ଭିଡିଓ ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ କରିଆସୁଛି ଅଭିଯୁକ୍ତ ସୁନିଲ। ବ୍ଲାକମେଲ୍‌ କରି ମହିଳାଙ୍କ ସହ ଦୁଷ୍କର୍ମ କରୁଥିବା ନେଇ ସୁନିଲା ନାଁରେ ମାମଲା ରୁଜୁ କରିଛି ପୋଲିସ। ଏହା ସହ ମହିଳାଙ୍କ ବାପା-ମାଙ୍କୁ ବି ସୁନିଲ ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ଭିଡିଓର ଭୟ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଜୋର ଜବରଦସ୍ତି ୩୦ ସେପ୍ଟେମ୍ବର ୨୦୨୦ରେ ଦିଲ୍ଲୀର ଏକ ମନ୍ଦିରରେ ବିବାହ କରିଛି ଅଭିଯୁକ୍ତ। ଏହି ସବୁ ମାମଲାରେ ପୋଲିସ ମାମଲା ରୁଜୁ କରି ସୁନିଲକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ବୋଲି ଗୁରୁଗ୍ରାମ ପୋଲିସ ପ୍ରବକ୍ତା ସୁଭାଷ ବୋକେନ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.