ବର୍ଷେ ଧରି ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ, ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | August 14, 2019 IST

ରାଉରକେଲା ୧୪|୮:  ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ହୋଇଛି । ୧୦ ବର୍ଷ ବୟସ୍କ ନାବାଳିକାଙ୍କୁ ଏକ ବର୍ଷ ଧରି କରାଯାଉଥିଲା ଯୌନ ଶୋଷଣ । ନାବାଳିକାଙ୍କ ସହ ତାଙ୍କ ମା’ ପ୍ଲାଣ୍ଟ ସାଇଟ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅଜୟ ଗୁପ୍ତା ନାମକ ଜଣେ ବ୍ୟକ୍ତିକୁ ଅଟକ ରଖିଛି ପ୍ଲାଣ୍ଟ ସାଇଟ୍ ପୋଲିସ ।

ସୂଚନାଯୋଗ୍ୟ ଯେ, ପ୍ଲାଣ୍ଟ ସାଇଟ୍ ଅଞ୍ଚଳର ଅଜୟ ଗୁପ୍ତା ପୀଡିତା ନାବାଳିକା ଏବଂ ତାଙ୍କ ମା’ଙ୍କୁ ତାଙ୍କ ଘରେ ରଖିଥିଲେ । ଅଜୟ ଦୀର୍ଘ ଏକ ବର୍ଷ ହେବ ନାବାଳିକାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଅଜୟ ଗୁପ୍ତାକୁ ଅଟକ ରଖିଛି ପ୍ଲାଣ୍ଟ ସାଇଟ୍ ପୋଲିସ । ଉଭୟ ପୀଡ଼ିତା ନାବାଳିକା ଏବଂ ଅଜୟ ଗୁପ୍ତାର ଡାକ୍ତରୀ ମାଇନା ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.