୬ବର୍ଷର ନାବାଳିକାଙ୍କୁ ଗାଁ ମୁଖିଆ କଲା ଦୁଷ୍କର୍ମ ! ଥାନାରେ ଅଟକ

Published By : Prameya-News7 Bureau | December 08, 2019 IST

ସାନଖେମୁଣ୍ଡି ୮।୧: ପୁଣି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା । ଲୋକଙ୍କୁ ନ୍ୟାୟ ଦେଉଥିବା ଖୋଦ ଗାଁ ମୁଖିଆ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

{"id":195271,"sizeSlug":"large"}

ପାଟପୁର ଥାନାରେ ଗାଁ ମୁଖିଆଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ୬ବର୍ଷର ନାବାଳିକା । ୬ ବର୍ଷର ନାବାଳିକାଙ୍କୁ ଖୋଦ୍ ଗାଁ ମୁଖିଆ ଦୁଷ୍କର୍ମ କରିଥିବବେଳେ ଗ୍ରାମବାସୀଙ୍କ ସହଯୋଗ ନ ପାଇ ଚାଇଲ୍ଡ ଲାଇନ ମାଧ୍ୟମରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ନାବାଳିକା ।

{"id":195272,"sizeSlug":"large"}

ଅଭିଯୋଗ ପରେ ପାଟପୁର ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣା ସଂପର୍କରେ ମୁହଁ ଖୋଲିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.