କୁକୁଡା ପାଇଁ ବସିଥିଲା ନିଶାପ : ଦୁଇ ପରିବାର ହେଲେ ହାତାହାତି, ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | November 21, 2020 IST

ଆନନ୍ଦପୁର ୨୧।୧୧: ଶାଗ କିଆରିରେ ପଡିଥିଲା ବିଷ, ପଡୋଶୀଙ୍କ କୁକୁଡା ଖାଇ ମରିବା ପରେ ସାହିରେ ନ୍ୟାୟ ନିଶାପ ବସିଲା । ନିଶାପ କରିବାକୁ ଆସିଥିଲେ ଭଦ୍ରଲୋକ । ସେଠାରେ ଦୁଇ ଭଦ୍ରଲୋକଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ହାତାହାତି ମଧ୍ୟ ହୋଇଥିଲା । ଜଣେ ଭଦ୍ରଲୋକଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ଅନ୍ୟଜଣେ ଭଦ୍ରଲୋକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଁରା ଗ୍ରାମରେ ।

{"id":365222,"sizeSlug":"large"}

ସୂଚନା ଅନୁସାରେ ଅଁରା ଗାଁର ଭୀମା ଖଣ୍ଡେଇଙ୍କ ପରିବାର ନିଜ ବାଡିର ଶାଗ କିଆରିରେ ବିଷ ପକାଇଥିଲେ । ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡା ତାଙ୍କ ବାଡିରେ ପଶି ଶାଗ ଖାଇବା ଯୋଗୁଁ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସାହିରେ ଭଦ୍ରଲୋକଙ୍କୁ ଡାକି ଶୁକ୍ରବାର ରାତିରେ ବସିବା ସମୟରେ ଦୁଇ ଭଦ୍ରଲୋକଙ୍କ ପରିବାର ବାବାନ ବେହେରା ଓ ଆନନ୍ଦ ନାୟକ ପରିବାର ମଧ୍ୟରେ ଯୁକ୍ତିର୍ତକ ଲାଗିଥିଲା ।

{"id":365223,"sizeSlug":"large"}

ଉତକ୍ଷିପ୍ତ ହୋଇ ବାବନ ବେହେରାଙ୍କ ପୁଅ ଏକ କ୍ରିକେଟ୍ ବ୍ୟାଟ୍ ରେ ଆନନ୍ଦଙ୍କ ମୁଣ୍ଡକୁ ମାରିଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ପୋଲିସ ଗାଁରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.