Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ

23/11/2020 at 4:07 PM

ମାଲକାନଗିରି ୨୩।୧୧: ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ପୋଲିସର ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ କୋଇକୋଣ୍ଡା ଗ୍ରାମର ସାଲବମ ଏଙ୍କା ଏବଂ କିଛି ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା । ସାଲବମ ଏଙ୍କା ଜମିକୁ ଯାଉଥିବା ବେଳେ ତାଙ୍କୁ ଏକୁଟିଆ ଦେଖି ଅପରପକ୍ଷର ଲୋକେ ନିର୍ଧୁମ ମାଡ ମାରିଥିଲେ । ଫଳରେ ସାଲବମଙ୍କ ମୃତ୍ୟୁ ହୋଇଛି । ଜମି ନିକଟରେ ସାଲବମଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ । ପରେ ଘର ଆଗରେ ଶବକୁ ଫିଙ୍ଗି ଦେଇ ପଳାଯାଇଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ମଧ୍ୟ ଚୁରା ମାଡ ହୋଇଥିବା ସାଲବମଙ୍କ ସ୍ତ୍ରୀ କହିଛନ୍ତି । ହତ୍ୟା କରିଥିବା ୫ ଜଣଙ୍କୁ ମଧ୍ୟ ସାଲବମଙ୍କ ସ୍ତ୍ରୀ ଜାଣିଥିବା ମଧ୍ୟ କହିଛନ୍ତି । ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମୋଟୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts