Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମଦ ଭୁଲାଇଦେଲା ରକ୍ତ ସମ୍ପର୍କ, ନିଶାରେ ସ୍ତ୍ରୀ ଓ ୫ ବର୍ଷର ପୁଅକୁ ହତ୍ୟା

14/05/2021 at 12:22 PM

ଜୟପୁର, ୧୪/୦୫ :  ନିଶା ହେଲା କାଳ । ମଦ ନିଶାରେ ସ୍ତ୍ରୀ ଓ ପୁଅକୁ ହତ୍ୟା । କୋରାପୁଟ ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗ୍ରାମରେ ଜଣେ ବ୍ୟକ୍ତି ରଚିଛନ୍ତି ଏପରି ବର୍ବର କାଣ୍ଡ। ବ୍ୟକ୍ତିଜଣଙ୍କ ନିଜ ସ୍ତ୍ରୀ  ଏବଂ ୫ବର୍ଷ  ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି।

ଏହି ଘଟଣାକୁ ନେଇ ଗ୍ରାମରେ  ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।ଗ୍ରାମବାସୀ ସମ୍ପୃକ୍ତ ସ୍ୱାମୀଙ୍କୁ ବାନ୍ଧି ରଖି  ବିସିଂହପୁର ପୋଲିସକୁ ଖବର ଦେଇଥିବା ଜଣା ପଡ଼ିଛି। ମୃତ ମହିଳା ହେଲେ ଡମୁଣି ମୁଦୁଲି ଏବଂ ମୃତ ପୃତ୍ର ପବୁଲୁ ମୁଦୁଲି ।

ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ପୋଲିସ କାବୁ କରି ଥାନାକୁ ନେଇଛି । ଏହାସହ ସାଇଣ୍ଟିଟିଫିକ ଟିମ୍ କୁ ଖବର ଦିଆଯାଇଛି ।  ଏହାସହ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ ହୋଇଥିବା  ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ସୂଚନା ଦେଇଛନ୍ତି।

   Related Posts