Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶାଶୁ-ଶ୍ବଶୁରଙ୍କୁ ଛୁରୀ ଭୁସି ହତ୍ୟା କଲା ଜ୍ବାଇଁ, ପତ୍ନୀଙ୍କ ଏଭଳି କାମ ଯୋଗୁଁ ନେଲା ଚରମ ନିଷ୍ପତ୍ତି

18/01/2021 at 10:46 AM

ବିଜନୌର ୧୮।୧: ପାରିବାରିକ କଳହରୁ ଶାଶୁ-ଶ୍ବଶୁରଙ୍କୁ ନିର୍ମମ ଭାବେ ହତ୍ୟା କଲା ଜ୍ବାଇଁ । ଅନ୍ୟ ଜଣେ ଜ୍ବାଇଁ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଛି ।

ଉତ୍ତରପ୍ରଦେଶ ବିଜନୌର ଥାନା ଚକମଦମୁଦପୁରରେ ରବିବାର ରାତିରେ ମୁଜଫରନଗରର ବାସିନ୍ଦା ରିଜଓ୍ବାନା ନିଜ ଶ୍ବଶୁର ଘର ପହଞ୍ଚିଥିଲା । ବୃଦ୍ଧ ଶାଶୁ-ଶ୍ବଶୁରଙ୍କୁ ଛୁରୀ ଭୁସି ହତ୍ୟା କରିଦେଇଛନ୍ତି । ଏହି ସମୟରେ ଅନ୍ୟ ଜଣେ ଜ୍ବାଇଁ ଫହିମ ବିରୋଧ କରିବାରୁ ରିଜଓ୍ବାନ ତାଙ୍କୁ ମଧ୍ୟ ଆକ୍ରମଣ କରି ଆହତ କରିଦେଇଥିଲେ । ଫହିମଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜ୍ବାଇଁ ରିଜଓ୍ବାନଙ୍କ ସ୍ତ୍ରୀ ଗତ ୩ ମାସ ହେବ ତାଙ୍କ ବାପଘରେ ରହୁଛନ୍ତି । ଶ୍ବଶୁରଘରକୁ ଯାଉନାହାନ୍ତି । ଏହି କାରଣରୁ ଉତକ୍ଷୀପ୍ତ ହୋଇ ଜ୍ବାଇଁ ରିଜଓ୍ବାନ ଶାଶୁ-ଶ୍ବଶୁରଙ୍କୁ ହତ୍ୟା କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଜାରି ରଖିଛି ।

   Related Posts