ଟଙ୍କା କାରବାରକୁ ନେଇ ଶ୍ୱଶୂରକୁ ହତ୍ୟା, ମୃତଦେହକୁ ରାସ୍ତାକଡରେ ଫିଙ୍ଗିଦେଲା ଜ୍ୱାଇଁ

Published By : Prameya-News7 Bureau | September 23, 2020 IST

ରାଜଗାଙ୍ଗପୁର, ୨୩/୦୯ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଟଙ୍କା ନେଣଦେଣକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ଜଣେ ବ୍ୟକ୍ତି ତାଙ୍କ ଶ୍ୱଶୂରଙ୍କୁ ହତ୍ୟା କରି ଜଙ୍ଗଲ ରାସ୍ତାକଡରେ ଫିଙ୍ଗିଦେଇଥିବା ସୂଚନା ମିଳିଛି ।

ଘଟଣାରୁ ପ୍ରକାଶ ଯେ, ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାମ ପଞ୍ଚାୟତର ଗାନ୍ଧରୁ ସିଂଙ୍କ ଓ ଜ୍ୱାଇଁ ସୁରଜିତ ମାଝୀଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ଏହି ଘଟଣାକୁ  ନେଇ ଗତ ରବିବାର ଦିନ ଜ୍ୱାଇଁ ସୁରଜିତ ସିଂ ଶ୍ୱଶୂରଙ୍କୁ ହତ୍ୟା କରି ଏକ ନାଳ ନିକଟରେ ପକାଇଦେଇଥିଲେ । ମୃତକଙ୍କ ପୁଅ ଗଙ୍ଗାସିଂ  ଏହି ଘଟଣା ସମ୍ପର୍କରେ ନିଜ ଭଉଣୀ ଠାରୁ ମଙ୍ଗଳବାର ଖବର ପାଇ ଆଜି ରାଜଗାଙ୍ଗପୁର ଆସି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ  ରାଜଗାଙ୍ଗପୁର ଏସଡ଼ିପିଓଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ଦେବକୀ ନାଏକ ସଦଳବଳ  ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ  ପଠାଇଥିଲେ । ଏହା ସହ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଜ୍ୱାଇଁ ସୁରଜିତ ମାଝୀଙ୍କୁ ସନ୍ଦେହ କରି ପୋଲିସ ପଚରାଉଚରା କରିବା ପରେ ସବୁ ସତ ଜଣା ପଡିଥିଲା । ପୋଲିସ ଏହକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି  ସୁରଜିତକୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.