Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଛିଡିଲାନି ଜମି ଭାଗବଣ୍ଟା, ବଡ ବାପାକୁ ଟାଙ୍ଗିଆରେ ହାଣି ବଦଳ ସହ ବାନ୍ଧି ଘଉଡାଇ ଦେଲା ପୁତୁରା

23/09/2020 at 10:13 AM

ଆଠମଲ୍ଲିକ ୨୩।୯: ଜମିଜମା ବିବାଦରୁ ବଡ଼ ବାପାକୁ ହତ୍ୟା କଲା ପୁତୁରା । ଆଠମଲ୍ଲିକ ଥାନା କୁଦଗାଁ ପଞ୍ଚାୟତ ବିଜିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସଇତା ପ୍ରଧାନ।

ସୂଚନା ଅନୁସାରେ, ପାରିବାରିକ ଜମିବାଡି ଭାଗବଣ୍ଟାକୁ ନେଇ ସତ୍ୟାନନ୍ଦ ପ୍ରଧାନ ଏବଂ ତାଙ୍କ ବଡ ଭାଇଙ୍କ ପରିବାର ମଧ୍ୟରେ ତିକ୍ତ ସମ୍ପର୍କ ଥିଲା । ଗତକାଲି ସନ୍ଧ୍ୟାରେ ପୁତୁରା ଅର୍ଜୁନ ପ୍ରଧାନ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡବାପାଙ୍କୁ ପ୍ରଥମେ ଏକ ଟାଙ୍ଗିଆରେ ପୁତୁରା ଆକ୍ରମଣ କରିଥିଲା । ଏହାପରେ ତାଙ୍କୁ ଏକ ବଳଦ ସହିତ ପଘାରେ ବଳଦକୁ ଘଉଡାଇ ଦେଇଥିଲେ । କିଛି ସମୟ ପରେ ସଇତା ପ୍ରଧାନଙ୍କୁ ସମ୍ପର୍କୀୟ  ଉଦ୍ଧାର କରି ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସଇତା ପ୍ରଧାନଙ୍କର ମୃତ୍ୟୁ  ହୋଇଛି । ଖବର ପାଇ ଅଭିଯୁକ୍ତ ଆଠମଲ୍ଲିକ ପୋଲିସ ଅର୍ଜୁନ ପ୍ରଧାନକୁ ଗିରଫ କରିଛି ।

   Related Posts