ମଦ ପାଇଁ ଗଲା ଜୀବନ : ଠେଙ୍ଗାର ପିଟିପିଟି ମାରିଦେଲେ ମା’ ଓ ଝିଅ

Published By : Prameya-News7 Bureau | June 28, 2020 IST

ରାଉରକେଲା ୨୮।୬: ଠେଙ୍ଗାରେ ପିଟି ପିଟି ବାପାଙ୍କୁ ହତ୍ୟା କଲା ଝିଅ । ଝିଅର ମା’ ହତ୍ୟାରେ ସହଯୋଗ କଲା । ପାରିବାରିକ କଳହକୁ ନେଇ ଘଟିଛି ଏଭଳି ହତ୍ୟାକାଣ୍ଡ ।

{"id":292762,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟାରେ ରାଉରକେଲା ବିଶ୍ରା ଥାନା କାଳିଆପୋଷ ଗାଁରେ ଘଟିଛି ଏଭଲି ହତ୍ୟାକାଣ୍ଡ । ମୃତ ବ୍ୟକ୍ତି ଏତୁଆ ମୁଣ୍ଡାରୀ ହତ୍ୟା ଅଭିଯୋଗରେ ମା’ ବିନୋତା ମୁଣ୍ଡାରୀ ସହ ଝିଅ ଲଷ୍ମୀ ମୁଣ୍ଡାରୀଙ୍କୁ ବିଶ୍ରା ପୋଲିସ କରିଛି ଗିରଫ ।

{"id":292763,"sizeSlug":"large"}

ପୋଲିସର ତଦନ୍ତ ରିପୋର୍ଟ ଅନୁସାରେ ମୃତ ଏତୁଆ ମୁଣ୍ଡାରୀ ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରନ୍ତି । ମା’ ଝିଅ ଯେତେ ବାରଣ କଲେ ବି ସେ ସେମାନଙ୍କ କଥା ଶୁଣୁନଥିଲେ । ଶନିବାର ସେ ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରିବାରୁ ଏଭଳି ହତ୍ୟାକାଣ୍ଡ  ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.