Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ : ଅଭିଯୁକ୍ତ ଫେରାର

22/06/2021 at 11:28 AM

ଢେଙ୍କାନାଳ ୨୨।୬: ଜଙ୍ଗଲୀ ଜନ୍ତୁ ସାଳିଆପତନିକୁ ମାରିଦେଲେ । ଆଉ ମାଂସ ଭାଗ ବଣ୍ଟା ବିବାଦରୁ ଘଟିଲା ହତ୍ୟାକାଣ୍ଡ । କଟୁରୀ ଚୋଟରେ ଜଣଙ୍କର ପ୍ରାଣ ଗଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା । ତଥାପି ସ୍ଥାନୀୟ ହିନ୍ଦୋଳ ବନ କର୍ମଚାରୀମାନେ ଟେର ପାଇଲେନି । ଏହାର ସୁଯୋଗରେ ଜଙ୍ଗଲ ଜନ୍ତୁ ଶିକାର କରିଥିବା ଉଭୟ ଅଭିଯୁକ୍ତ ଓ ମୃତକ ପରିବାର ଛୁ ମାରିଲେ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କାଠ କୁମ୍ପା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ହିନ୍ଦୋଳ ଅନ୍ତର୍ଗତ ରାସୋଳ ଥାନା କାଠକୁମ୍ପା ଗାଁରେ ଯାଯାବର ଭାବେ ରହି ମହୁ ସଂଗ୍ରହ କରି ବିକ୍ରି କରୁଥିବା ମଲ୍ଲାର ସମ୍ପ୍ରଦାୟର ଦୁଇ ପରିବାର ମଧ୍ୟରେ ଏକ ଜଙ୍ଗଲୀ ଜନ୍ତୁ ମାଂସ ଭାଗବଣ୍ଟାକୁ ନେଇ ଘଟିଛି ଏହି ହତ୍ୟାକାଣ୍ଡ । ଜଙ୍ଗଲରୁ ଏକ  ସାଳିଆପତନିକୁ ମାରି  ଉଭୟ ପରିବାର ମଧ୍ୟରେ ମାଂସ ଭାଗ ବଣ୍ଟା କରୁଥିଲେ।  ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଗୋଟିଏ ପରିବାରର ବିରଞ୍ଚି ବେହେରା ନାମକ ଜଣେ ଯୁବକ କଟୁରୀରେ ଅନ୍ୟ ପରିବାରର କୁମ୍ଭ ବେହେରାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କୁମ୍ଭଙ୍କର ମୃତ୍ୟୁ ଘଟିଥିଲା ।

ଗ୍ରାମବାସୀଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ରାସୋଳ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମାତ୍ର ଏ ସମ୍ପର୍କରେ ସ୍ଥାନୀୟ ହିନ୍ଦୋଳ ରେଞ୍ଜର ବନ କର୍ମଚାରୀମାନେ ଜାଣି ପାରିନଥିଲେ । ଫଳରେ ଜଙ୍ଗଲ ଜନ୍ତୁ ଶିକାର କାର୍ଯ୍ୟାନୁଷ୍ଠାନ ଭୟରେ  ଉଭୟ ଅଭିଯୁକ୍ତ ଓ ମୃତକ ପରିବାର ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପରେ ହିନ୍ଦୋଳ ରେଞ୍ଜ ପକ୍ଷରୁ ଜଙ୍ଗଲ ଜନ୍ତୁ ସୁରକ୍ଷା ଆକ୍ଟରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଛୁ ମାରିଥିବା ଜଣାପଡିଛି ।

   Related Posts