Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

୫ ବର୍ଷର ଶିଶୁକୁ ହତ୍ୟା କରି ନିଜ ଘରେ କମ୍ବଳ ଘୋଡାଇ ରଖିଥିଲା ହତ୍ୟାକାରୀ, ଗାଁରେ ପୋଲିସକୁ ଦେଖି କଲା ଆତ୍ମସମର୍ପଣ

31/07/2021 at 5:45 PM

ମାଲକାନଗିରି ୩୧।୭: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମାଲକାନଗିରି ଜିଲ୍ଲା ଏମଭି ୧୯ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ୫ ବର୍ଷର ନାବାଳକଙ୍କୁ ହତ୍ୟା କରିବା ପରେ ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରୀ ।

ସୂଚନାଯୋଗ୍ୟ ଯେ, ଏମଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଶୁକ୍ରବାରଠାରୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଆଜି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସମୟରେ ହତ୍ୟାକାରୀ ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଛି ।  ନାବାଳକଙ୍କୁ ହତ୍ୟା କରି ବିକାଶ ରାୟ ମୃତଦେହକୁ କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଥିଲେ । ତେବେ ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି ।

   Related Posts