Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ହ୍ରିତିକ ରୋଶନଙ୍କ ଫ୍ୟାନ୍ ହୋଇଥିବାରୁ ପତ୍ନୀଙ୍କୁ ଛୁରି ଭୁଷିବା ପରେ ନିଜେ ଆତ୍ମହତ୍ୟା କଲା ଆମେରିକାରେ ରହୁଥିବା ସ୍ବାମୀ

12/11/2019 at 1:19 PM

ନୂଆଦିଲ୍ଲୀ ୧୨/୧୧: ଆମେରିକାରେ ଜଣେ ୩୩ବର୍ଷ ବୟସ୍କ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛୁରୀ ଭୁଷି ହତ୍ୟା କରିଛି । ଏହାପରେ ନିଜେ ଗଛରେ ବେକରେ ଦଉଡ଼ି ଦେଇ ମଧ୍ୟ ଆତ୍ମହତ୍ୟା କରିଛି । ଏଭଳି ଜଘନ୍ୟକାଣ୍ଡ ଘଟାଇବା ପଛର କାରଣ ତାଙ୍କ ପତ୍ନୀ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ପସନ୍ଦ କରୁଥିଲେ। ସେଥିପାଇଁ ସେ ବ୍ୟଥିତ ଥିଲେ।

ସୂଚନା ଅନୁଯାୟୀ କୁଇନସ ଆପାର୍ଟମେଣ୍ଟର ଦିନେଶ୍ବର ବୁଦ୍ଧିଦାତ ନାମକ ଯୁବକ ନିଜର ୨୭ବର୍ଷ ବୟସ୍କା ପତ୍ନୀ ଡୋନେ ଡୋଜାୟଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ ଏବଂ ନିଜେ ଗଛରେ ଝୁଲି ଯାଇଥିଲେ। ଦିନେଶ୍ବରଙ୍କ ପତ୍ନୀ ଜଣେ ବାର ଟେଣ୍ଡର ଭାବେ କାମ କରୁଥିଲେ।

 ଡୋଜାୟଙ୍କ ବନ୍ଧୁମାନେ କହିଥିଲେ ଯେ ବୁଦ୍ଧିଦାତ ଅତ୍ୟନ୍ତ ଈର୍ଷା ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ପତ୍ନୀ ହ୍ରିତିକଙ୍କ ବହୁତ ବଡ଼ ଫ୍ୟାନ୍ ଥିଲେ। ଏହାକୁ ସେ ସହ୍ୟ କରିପାରୁନଥିଲେ । ଡୋଜାୟଙ୍କ ଜଣେ ବନ୍ଧୁ କହିଛନ୍ତି ଯେ ଡୋଜାୟ ହ୍ରିତିକଙ୍କ ଫିଲ୍ମ ଦେଖୁଥିବାବେଳେ କିମ୍ବା ହ୍ରିତିକଙ୍କ କୌଣସି ଗୀତ ଶୁଣୁଥିବାବେଳେ ବୁଦ୍ଧିଦାତ ତାଙ୍କୁ ତାହା ଚେଞ୍ଜ କରି ଦେବାକୁ କହୁଥିଲେ । ହ୍ରିତିକଙ୍କ କୌଣସି ଜିନିଷ ଶିଣିବାକୁ କି ଦେଖିବାକୁ ଦେଉନଥିଲେ।

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ କ୍ରଶ୍ ଯୋଗୁଁ ଦିନେଶ୍ବର ପୂର୍ବରୁ ମଧ୍ୟ ଡୋଜାୟଙ୍କ ସହ ମାରପିଟ କରିଥିଲେ। ଏସବୁ ହେବା ପରେ ଡୋଜାୟ କ୍ବିନସ ଆପାର୍ଟମେଣ୍ଟରେ ଘର ଛାଡ଼ି ଦେଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଦିନେଶ୍ବର ନିଜେ ଡୋଜାୟଙ୍କ ଭଉଣୀଙ୍କୁ ମ୍ୟାସେଜ କରି ହତ୍ୟାର ସୂଚନା ଦେଇଥିଲେ। ଏହା ବ୍ୟତୀତ ଏହା ମଧ୍ୟ କହିଥିଲେ ଯେ ଆପାର୍ଟମେଣ୍ଟର ଚାବି ଟବ୍ ତଳେ ରଖା ହୋଇଛି।

   Related Posts