ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଓ ପୁଅକୁ ପିଟିଲେ, ସକାଳୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

Published By : Prameya-News7 Bureau | June 29, 2021 IST

ଉଦଳା ୨୯।୬: ନିଶା ଖାଇବାକୁ କେନ୍ଦ୍ର କରି ଆରମ୍ଭ ହେଲା ଝଗଡା । ଝଗଡା ପରେ ପୁଅ ଏବଂ ସ୍ତ୍ରୀ ନିସ୍ତୁକ ପିଟିବା ପରେ ମଙ୍ଗଳବାର ସକାଳୁ ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ସୁଣ୍ଡଳ ଗ୍ରାମରେ ।

{"id":472882,"width":749,"height":406,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ସୁଣ୍ଡଳ ଗ୍ରାମର ନିରନ ମାଝୀ ଗତକାଲି ନିଶା ଖାଇ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ନିଶା ଖାଇବାକୁ ବାରଣ କରିଥିଲେ ସ୍ତ୍ରୀ ଏବଂ ପୁଅ ।  ଯାହାକୁ ନେଇ ଆରମ୍ଭ ହୋଇଥିଲା ବଚସା ।  ପରେ ନିରନଙ୍କ ସ୍ତ୍ରୀ ଏବଂ ପୁଅ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । କିନ୍ତୁ ମଙ୍ଗଳବାର ସକାଳୁ ଘର ଭିତରୁ ନିରନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":472881,"width":749,"height":406,"sizeSlug":"large","linkDestination":"none"}

ତେବେ ନିରନଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀ ପିଟି ପିଟି ମାରି ଦେଇଥିବା ନିରନଙ୍କ ଭଉଣୀ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୁଅ ଏବଂ ସ୍ତ୍ରୀ ପିଟି ପିଟି ମାରିଦେବା ପରେ ତାଙ୍କୁ ଟାଙ୍ଗି ଦେଇଥିବା ତାଙ୍କ ଭଉଣୀ କହିଛନ୍ତି ।  ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.