ନିଖୋଜ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
14/03/2019 at 3:34 PM

ରାଇରଙ୍ଗପୁର ୧୪|୩ : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ଅଘଟଣ ଘଟିଛି । ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ତିରିଂ ଥାନା ଗୋୟଳକୋଟା ଗ୍ରାମର ସାଂଖ ମୁର୍ମୁ। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ମୃତକ ସାଂଖ ଦୁଇ ଦିନ ତଳେ ନିଖୋଜ ଥିଲେ। ଆଜି ଗ୍ରାମ ନିକଟସ୍ଥ ଗଙ୍ଗା ଡୁଙ୍ଗୁରୀରେ ଏକ ଗଛରେ ସାଂଖର ମୃତଦେହ ଝୁଲୁଥିବା ଦେଖି ଥିଲେ ଗ୍ରାମବାସୀ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Related Posts
ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
8 March 2021