ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା

Published By : Prameya-News7 Bureau | June 26, 2019 IST

ଯାଜପୁର ୨୬|୬: ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ମଥୁରାପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା  । ଏକ ଚାଷଜମିରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର  । ମୃତ ବ୍ୟକ୍ତିଙ୍କ ସେହି ଗ୍ରାମର ମହେଶ୍ବର ଜେନା ବୋଲି ଜଣାପଡିଛି  ।

ମହେଶ୍ବର କଲିକତାରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ମହେଶ୍ବରଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ମୃତ ବ୍ୟକ୍ତି ଜଣେ ମାନସିକ ବିକାରଗ୍ରସ୍ତ ଏବଂ ସେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତକୁ ଜଣାପଡିଛି ।

ତେବେ ପୋଲିସ ମୃତଦେହ ଜବତ କରି ଦାନଗଦୀ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ  । ଏ ନେଇ ମୃତକଙ୍କ ପତ୍ନୀ ଶାନ୍ତିଲତା ଜେନା ଥାନାରେ ଲିଖିତ ଜଣାଇବା ପରେ ପୋଲିସ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.