Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||
  • ସୋନପୁର : ସାମାନ୍ୟ ପାଟିତୁଣ୍ଡରୁ ହତ୍ୟା, ବାପାକୁ ମାରି ପୋତିଦେଲା ପୁଅ !
  • ||
  • ଝାରସୁଗୁଡା : ପରିବାରର ୪ ଜଣଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ
  • ||
  • ପୁଣି ଲଜ୍ଜା : ଯୁବତୀଙ୍କୁ କାମ କରିବାକୁ ଡାକିନେଇ ଗଣଦୁଷ୍କର୍ମ, ଥାନାରେ ଏତଲା ଦେଲେ ପୀଡିତା
  • ||
  • ଅପରେସନ୍ ଗ୍ରୀନ୍ କ୍ଲିନ୍ : ୨୦ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ
  • ||

ଘରେ ପଡିରହିଛନ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ଯୁବକ, ବନବିଭାଗର ଦାୟିତ୍ୱହୀନତା ନେଇ ଗାଁରେ ଅସନ୍ତୋଷ

5/09/2020 at 10:33 AM

ପାଟଣା ୦୫।୦୯: ଗତକାଲି ଠାରୁ ଘରେ ପଡିରହିଛନ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଯୁବକ ।  କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଫୁଲପାହାଡ଼ି ଗାଁର ଘଟଣା । ଘଟଣାସ୍ଥଳରେ ଏ ପର୍ଯ୍ୟନ୍ତ ବନବିଭାଗ ପହଞ୍ଚି ନଥିବାରୁ ଗାଁ ଦେଖାଦେଇଛି ଅସନ୍ତୋଷ।

ସୂଚନା ଅନୁସାରେ ଫୁଲପାହାଡ଼ି ଗାଁର କେସନ ଦେହୁରୀ ଗତକାଲି ସନ୍ଧ୍ୟାରେ ହାଟରୁ ଘରକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଭାଲୁ ଆକ୍ରମଣ କରିଥିଲା । ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ନେବାପାଇଁ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଗାଁରେ ବନ ବିଭାଗ ପହଞ୍ଚି ନଥିବାରୁ ଗୁରୁତର ଅବସ୍ଥାରେ କେଶନ ଘରେ ପଡିରହିଛନ୍ତି । କେଶନଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଭାଲୁ ଆକ୍ରମଣରେ ହାତରେ କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଛି। ଗୁରୁତର କେଶନଙ୍କୁ ଯଥାଶୀଘ୍ର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି ।

   Related Posts