Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୩୨ ବର୍ଷ ପରେ ଦୁଇ ଭାଇଙ୍କ ମିଳନ : ୩ ବର୍ଷ ହୋଇଥିବା ବେଳେ ସାନ ଭାଇ ହୋଇଥିଲା ଅପହୃତ, ଡିଏନଏ ଟେଷ୍ଟ ପରେ ନରଓ୍ୱେରୁ ଫେରିଲେ

25/02/2021 at 3:34 PM

ନୂଆଦିଲ୍ଲୀ,୨୫/୦୨ : ୩ ବର୍ଷର ହୋଇଥିବା ବେଳେ ହଜିଯାଇଥିଲେ ସାନ ଭାଇ । ସେତେବେଳେ ଜୁଆନ୍ ଜିମେଞ୍ଜଙ୍କୁ ହୋଇଥିଲା ୫ ବର୍ଷ । ସେ କେବେବି ୩୨ ବର୍ଷ ପରେ ପୁଣି ସାନ ଭାଇଙ୍କୁ ଫେରି ପାଇବେ ବୋଲି ଭାବିନଥିଲେ । କିନ୍ତୁ ଏହା ସତ ହୋଇଛି । ଦୀର୍ଘ ୩୨ ବର୍ଷ ପରେ ନିଜ ସାନ ଭାଇକୁ ଫେରି ପାଇଛନ୍ତି ଜୁଆନ । ଘଟଣାଟି ଘଟିଛି କଲୋମ୍ବିଆରେ ।

ସୂଚନାନୁସାରେ, ୧୯୮୭ ସେପ୍ଟେମ୍ବର ୨୫ ତାରିଖରେ ୩ ବର୍ଷର ହୋଇଥିବା ସାନ ଭାଇ ଝୋନାଟନ୍ ପଡିଆରେ ଖେଳୁଥିଲେ । ସେତେବେଳେ ତାଙ୍କ ପରିବାରର ଜଣେ ବନ୍ଧୁ ଝୋନାଟନଙ୍କୁ ଏକ ଚକଲେଟ୍ ଦେଇଥିଲେ । ଏହି ସବୁ ଘଟଣା ଘର ଝରକାରେ ଦେଖୁଥିଲେ ଜୁଆନ୍ । ହଠାତ ସାନ ଭାଇଙ୍କୁ ଧରି ବ୍ୟକ୍ତିଜଣଙ୍କ କେଉଁଆଡେ ଗାଏବ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବି ଝୋନାଟନଙ୍କ କୌଣସି ପତ୍ତା ମିଳିନଥିଲା । ଦୁଃଖରେ ଝୋନାଟନଙ୍କ ମାଆ ଆନା ଓ ଭାଇ ଜୁଆନ କାଲାତିପାତ କରିଥିଲେ ।

କିଛି ବର୍ଷ ପରେ ଅର୍ଥାତ ୧୯୯୪ରେ ଝୋନାଟନଙ୍କୁ ନେଇଥିବା ବ୍ୟକ୍ତି ନିଜେ ଆସି ସବୁ କଥା କହିଥିଲେ । ଏପରି କରିବାକୁ ଝୋନାଟନଙ୍କ ସାବତ ବାପା କୁଆଡେ କହିଥିଲେ । କାରଣ ତାଙ୍କୁ କିଏ କହିଥିଲା ଯେ ଜୁଆନଙ୍କ ସାନ ଭାଇକୁ ଆମେରିକାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । କିନ୍ତୁ ସେ ଝୋନାଟନଙ୍କ ବାବଦରେ ଆଉ କିଛି ସୂଚନା ଦେଇନଥିଲେ ।

ଏହାପରେ ଜୁଆନ ଆମେରିକା ଚାଲି ଆସିଥିଲେ । ସେଠାରେ ସେ ଶିକ୍ଷାଲାଭ କରୁଥିଲେ । କିନ୍ତୁ ସାନ ଭାଇକୁ ଖୋଜାଖୋଜି ଜାରି ରଖିଥିଲେ । ଏକଦା ସେ ସୋସିଆଲ ମିଡିଆରେ ଭାଇକୁ ନେଇଥିବା ବ୍ୟକ୍ତିଙ୍କୁ ଠାବ କରିଥିଲେ । କିନ୍ତୁ ତାଙ୍କୁ ଭେଟିବା ପୂର୍ବରୁ ବ୍ୟକ୍ତିଜଣଙ୍କ ପ୍ରାଣ ହରାଇଥିଲେ ।

୨୦୧୯ରେ ଜୁଆନ ନରଓ୍ୱେର ୩୪ ବର୍ଷୀୟ ଓକିଲଙ୍କଠାରୁ ଏକ ଚିଠି ପାଇଥିଲେ । ଓକିଲଜଣଙ୍କ ଝୋନାଟନଙ୍କୁ ପାଳିଥିବା କହିଥିଲେ । ଏହାପରେ ଝୋନାଟନ ଓ ଜୁଆନଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା । ଟେଷ୍ଟରୁ ଉଭୟ ଗୋଟିଏ ପରିବାରର ବୋଲି ସ୍ପଷ୍ଟ ହୋଇଥିଲା । ଜାନୁଆରୀ ୨୦୨୦ରେ ଜୁଆନ ନରଓ୍ୱେ ଯାଇଥିଲେ । ସେଠାରୁ ସେ ଝୋନାଟନଙ୍କୁ ଧରି କଲୋମ୍ବିଆ ଫେରିଥିଲେ । ୩୨ ବର୍ଷ ତଳେ ଘରୁ ନିଖୋଜ ହୋଇଯାଇଥିବା ଝୋନାଟନ କହିଥିଲେ ଯେ, ସେ ନିଜର ପରିବାର ଲୋକଙ୍କୁ ଖୋଜିବାକୁ ସର୍ବଦା ପ୍ରୟାସ କରିଥିଲେ । ଜୀବନର ୩୨ ବର୍ଷ ସେମାନେ ଏକାଠି ରହିନାହାଁନ୍ତି । କିନ୍ତୁ ଆଗାମୀ ୩୨ ବର୍ଷ ହସ ଖୁସିରେ କାଟିବେ ବୋଲି ସେ କହିଛନ୍ତି ।

   Related Posts