ଝିଅ ଜନ୍ମଦେବାରୁ ସ୍ତ୍ରୀକୁ ଛାଡ଼ି ଆଉଜଣେ ମହିଳାଙ୍କୁ ବିବାହ କଲେ ଯୁବକ, ପତ୍ନୀ ଥାନାରେ ଆଣିଲେ ଅଭିଯୋଗ

Published By : Prameya-News7 Bureau | January 30, 2019 IST

ଗାଜିଆବାଦ ୩୧/୧- ଆଜି ବି ରହିଛି ପୁଅ-ଝିଅକୁ ନେଇ ପ୍ରଭେଦ । ଝିଅ ଜନ୍ମଦେବାରୁ ସ୍ତ୍ରୀକୁ ଘରୁ ବାହାର କରିଦେଲା ଯୁବକ  ଓ ଅନ୍ୟ ଜଣେ ମହିଳାଙ୍କୁ ବିବାହ ହେଲା । ଏହି ଅଭିଯୋଗ ଥାନାରେ ଆଣିବା ପରେ ଯୁବକଙ୍କ ବିରୋଧରେ ଥାନାରେ ହୋଇଛି  ମାମଲା ଦାୟର ।

ଏହିଭଳି ଘଟଣା ଘଟିଛି ମେରଠର ଖରଖୌଦା ଅଂଚଳରେ । ଯୁଵକ ରାଜନଗରରେ ଆରଡ଼ିସି ନାମକ ଏକ ଫାଇନାନ୍ସ କଂପାନୀ କରିଥିଲେ  । ଏହି କଂପାନୀରେ ମହିଳା କାଉଁସେଲର ଭାବେ କାମ କରୁଥିଲେ । ଚାକିରି କରିବା ଭିତରେ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ଯୁବକ ନିଜକୁ ଅବିବାହିତ କହି ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରିଥିଲା ।  ତାପରେ ରୀତିନୀତି ଅନୁସାରେ ବିବାହ ମଧ୍ୟ ହୋଇଥିଲା । ଏହି ବିବାହ ପାଇଁ ଜଳବିଭାଗରେ କାମ କରୁଥିବା ଯୁବତୀଙ୍କ ବାପା ଉପହାର ସ୍ଵରପ ୧ଲକ୍ଷ ଟଂକା ମଧ୍ୟ ଦେଇଥିଲେ ।

କିଛିଦିନ ପରେ ଫାଇନାନ୍ସ କଂପାନୀ ବନ୍ଦ କରି ଯୁବକ ସ୍ତ୍ରୀକୁ ଧରି ଗାଁ ଖରଖୌଦାକୁ ପଳାଇଆସିଥିଲେ । ମାର୍ଚ୍ଚମାସ ୨୫ ତାରିଖ ୨୦୧୭ ମସିହାରେ ଝିଅଟିଏ ଜନ୍ମ ଦେଇଥିଲେ ମହିଳା ।

ଝିଅ ଜନ୍ମ ଦେବାକୁ ନେଇ ପରିବାର ମଧ୍ୟରେ କଳି ଲାଗୁଥିଲା । ପରିବାର ଲୋକ ପୁଅଟିଏ ଜନ୍ମ ହେଉ ବୋଲି ଚାହୁଁଥିଲେ । ଏହି ଘଟଣାକୁ ନେଇ ସ୍ଵାମୀ-ସ୍ତ୍ରୀ ଭିତରେ ବି ମନାନ୍ତର ଦେଖାଦେଇଥିଲା ।

ଝିଅ ଜନ୍ମ ହେବାର ୧୦ ଦିନପରେ ମହିଳାଙ୍କୁ ଘରୁ ତଡ଼ି ଦେଇଥିଲେ । ମହିଳା ନିଜ ନବଜାତ ଶିଶୁକନ୍ୟାକୁ ଧରି ବାପ ଘରକୁ ଚାଲିଯାଇଥିଲେ ।

ମହିଳାଙ୍କୁ ଘରୁ ବାହାର କରିଦେବା ପରେ ଆଉ ଜଣେ ଝିଅ ସହିତ ଯୁବକଙ୍କ  ବିବାହ ସ୍ଥିର କରାଯାଇଥିଲା । ମହିଳା ଏହି ବିବାହକୁ ମଧ୍ୟ ବିରୋଧ କରିଥିଲେ ।

ପ୍ରଥମ ସ୍ତ୍ରୀର କଥା ନ ଶୁଣି ଯୁବକ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହି ଘଟଣାରେ ମହିଳା ଥାନାରେ ଦ୍ଵାରସ୍ଥ ହେବା ପରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.