ଲକଡାଉନରେ ଇଚ୍ଛା ହେଲା ମିଠା ଖାଇବାକୁ : କିଣିବାକୁ ଯାଉଥିଲେ, ହେଲେ ଜୁଟିଗଲେ ମାମୁଁ, ମିଠା ବଦଳରେ ଦେଲେ ଗାଳି

Published By : Prameya-News7 Bureau | May 18, 2021 IST

ପଶ୍ଚିମବଙ୍ଗ ୧୮/୫ : କୁହାଯାଏ କି ବଙ୍ଗାଳୀମାନେ ବେଶି ଖାଇବାପ୍ରିୟ । ଏପରିକି ମିଠା ସେମାନଙ୍କର ଦୁର୍ବଳତା । ନିୟମିତ ସେମାନଙ୍କର ଖାଇବା ମେନ୍ୟୁରେ ମିଠାର ତାଲିକା ଥାଏ । ସାରା ଦେଶରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ତାଲାବନ୍ଦ ଜାରି ରହିଛି । ବଙ୍ଗରେ ବି ମେ ୩୧ ଯାଏଁ ଲକଡାଉନ୍ ଘୋଷଣା ହୋଇଛି । ଫଳରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଛି ।

wp:html /wp:html

ତେବେ ମିଠା ଖାଇବାର ସଉକ ଥିବା ଅମାନିଆଙ୍କୁ ବୁଝାଇବ କିଏ । ଏମିତି ଜଣେ ବ୍ୟକ୍ତି ମିଠା କିଣିବାକୁ ଯାଉଥିଲେ। ପୋଲିସ ହାବୁଡରେ ପଡିଯାଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଲୋକଟି ନିଜ ବେକରେ ଏକ ପୋଷ୍ଟର ଝୁଲାଇ ଆସୁଥିଲେ । ପୋଲିସକୁ ଚକମା ଦେବାକୁ ଏପରି କରିଥିଲେ । ଭାବିଥିଲେ ଖସି ଯାଇ ମିଠା ଆଣି ଖାଇବେ । ହେଲେ ମିଠା ଖାଇବେ କଣ ପୋଲିସର ସୋଦା ଶୁଣି କାନ ମୁଣ୍ଡା ଆଉଁସି ଘରକୁ ଫେରିଥିଲେ । ଚାନ୍ଦନଗରର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.