ନାଗକୁ ପାଣି ପିଆଇଲେ, ଅକ୍ସିଜେନ୍‌ ଦେଲେ, ସୁସ୍ଥ କରି ଜଙ୍ଗଲରେ ଛାଡ଼ିଲେ ଯୁବକ

Published By : Prameya-News7 Bureau | May 28, 2021 IST

ମାଲକାନଗିରି, ୨୮/୦୫: ଯେଉଁଠି କରୋନା ମହାମାରି ସମୟରେ ସମଗ୍ର ଦେଶରେ ଟିକିଏ ଅକ୍ସିଜେନ ପାଇଁ ଲୋକେ ହାହାକାର କରୁଛନ୍ତି, ସେଇଠି ପାଟିରେ ଅକ୍ସିଜେନ ଦେଇ ମାଲକାନଗିରି ଜିଲ୍ଲାର ଜଣେ ଯୁବକ ଏକ ବିଶାକ୍ତ ନାଗ ସାପର ଜୀବନ ବଞ୍ଚାଇଥିବା ଘଟଣା ଦେଖିବାକୁ ମିଳିଛି । ମାଲକାନଗିରି ସହରର ନୂଆଗୁଡା ସାହିରେ ଜଣକ ଘରେ ନାଗ ସାପ ପଶିଥିବା ନେଇ ଖବର ପାଇବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସାପଟିକା ଉଦ୍ଧାର କରିଥିବା ଜଣାପଡ଼ିଛି ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ନେହାସିସ ନାୟକ ଓ ତାଙ୍କ ଟିମ ନୂଆଗୁଡାକୁ ଯାଇ ୪ ଫୁଟ ଲମ୍ବର ଏହି ନାଗ ସାପଟିକୁ ଘରର ଏକ କାନ୍ଥ ଭିତରୁ ବାହାର କରିଥିଲେ । କିନ୍ତୁ ନାଗ ସାପଟି ଅଚେତ ଥିବା ଦେଖି ପ୍ରଥମେ ସ୍ନେହାସିସ ସାପଟିକୁ ପାଣି ପିଆଇ ଥିଲେ ହେଲେ ସାପଟି ହଲଚଲ ନହେବାରୁ ଏକ ପାଇପ ଯୋଗେ ସାପଟିର ପାଟିରେ ଅକ୍ସିଜେନ ଦେଇଥିଲେ ସେ । ଏହା ପରେ ସାପଟି ହଲଚଲ କରିବା ଆରମ୍ଭ କରିଥିଲା । ପରେ ସାପଟିକୁ  ପାଣି ପିଆଇ ନିକଟସ୍ତ ଜଙ୍ଗଲରେ ଛାଡି ଦେଇଥିଲେ ସେ । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକେ ସ୍ନେହାସିସ ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.