Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

ଭୋଜି ଖାଇବାକୁ ଆସି ଧରା ପଡିଗଲା ଅଭିଯୁକ୍ତ, ମଣ୍ଡପରୁ ଉଠାଇନେଲା ପୋଲିସ

10/12/2020 at 8:30 AM

ଭୁବନେଶ୍ୱର ୧୦/୧୨: ଭୋଜି ଖାଇବାକୁ ଆସି ଧରା ପଡିଲା ଅଭିଯୁକ୍ତ ।  ଚାକରକୁ ହତ୍ୟା ମାମଲାର ୫ମାସ ଧରି ଫେରାର ଥିବା ଜଣେ ଅଭିଯୁକ୍ତକୁ ତମାଣ୍ଡୋ ପୋଲିସ କାବୁ କରିବାରେ ସଫଳ ହୋଇଛି। ଅମଳେନ୍ଦୁ ପଟ୍ଟନାୟକ ଓରଫ୍‌ ଯୀଶୁଙ୍କୁ ଏକ ବିବାହ ଭୋଜିରୁ ଉଠାଇ ଆଣିଛି ପୋଲିସ। ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଗୁରୁବାର ତାଙ୍କୁ କୋର୍ଟଚାଲାଣ କରାଯିବ ।

ସୂଚନାନୁସାରେ, ଖୋର୍ଦ୍ଧା ସହର ରାଧାବଲ୍ଲଭ ସାହିରେ ରହୁଥିବା ସନାତନ ମିଶ୍ର ତମାଣ୍ଡୋ ବାସିନ୍ଦା ଯୀଶୁଙ୍କ ଘରେ ଦୀର୍ଘ ବର୍ଷ ଧରି ଚାକର ଭାବେ କାମ କରୁଥିଲେ । ଗତ ଜୁନ୍‌ ୧୪ ତାରିଖରେ ଯୀଶୁଙ୍କ ଘରର ଉପର ମହଲାରୁ ସନାତନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା । ଏଙାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ। କିନ୍ତୁ ସନାତନଙ୍କ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ହେବା ପରେ ମାମଲାରେ ଦଫା ୩୦୨ ଯୋଡ଼ି ତଦନ୍ତକୁ ଆଗେଇ ଥିଲା ।  ଯୀଶୁଙ୍କୁ ପଚରାଉଚରା ପାଇଁ ଖୋଜୁଥିବା ଜାଣି ସେ ଗିରଫ ଭୟରେ ଫେରାର୍‌ ହୋଇ ଯାଇଥିଲେ । ପୋଲିସକୁ ଧରାଛୁଆଁ ଦେଉନଥିଲେ ।

ତେବେ ଖୋର୍ଦ୍ଧା ଡାକ ବଙ୍ଗଳାରେ ଚାଲିଥିବା ଏକ ବିବାହ ଉତ୍ସବରେ ଯୀଶୁ ଯୋଗଦେବାକୁ ଆସିଥିଲେ । ତମାଣ୍ଡୋ ପୋଲିସ ଏନେଇ ଆଗୁଆ ଖବର ପାଇଯାଇଥିଲା। ଖୋର୍ଦ୍ଧା ଟାଉନ୍‌ ଥାନା ପୋଲିସ୍‌ ସହାୟତାରେ ସେଠାକୁ ଯାଇ ଯୀଶୁଙ୍କୁ କାବୁ କରିଥିଲା ତମାଣ୍ଡୋ ପୋଲିସ । ହତ୍ୟାରେ ସମ୍ପୃକ୍ତି ଥିବା ନେଇ ତାଙ୍କୁ ପଚରାଉଚରା ଜାରି ରହିଛି । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

   Related Posts