ପିଲାଦିନରୁ କିଣିବାକୁ ଚାହୁଁଥିଲେ ରୋଲ୍ସ ରୋଏସ୍ କାର୍, ଆର୍ଥିକ ଅଭାବରୁ ମୁହଁରେ କରିଦେଲେ ଟାଟୁ

Published By : Prameya-News7 Bureau | November 04, 2021 IST

ନୂଆଦିଲ୍ଲୀ ୦୪/୧୧: ଦୁନିଆରେ ଅନେକ ପ୍ରକାରର କାର୍ ପ୍ରେମୀଙ୍କୁ ଦେଖିଥିବେ। କିଛି ଲୋକ କାର ସଂଗ୍ରହ କରିବାକୁ ଭଲ ପାଆନ୍ତି ତ ଆଉ କିଛି ଲୋକ ବିଭିନ୍ନ ପ୍ରକାରର କାର ଚଳାଇବାକୁ ଭଲ ପାଆନ୍ତି। ତେବେ ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟଙ୍କା। ଯଦି ଟଙ୍କା ଅଛି ତେବେ ଜଣେ ତାଙ୍କର ଇଚ୍ଛାକୁ ପୂରଣ କରିପାରିବ। ଫ୍ଲୋରିଡାରେ ରହୁଥିବା ଗେଣ୍ଟ ପିଲାଦିନରୁ ରୋଲ୍ସ ରୋଏସ୍ କାରକୁ ଭଲ ପାଉଥିଲେ। କିନ୍ତୁ ସେ ଏତେ ଦାମୀ କାର କିଣିବା ସ୍ଥିତିରେ ନଥିଲେ। ତେଣୁ ସେ ତାଙ୍କ ମୁହଁରେ କାରର ଲୋଗୋ ଟାଟୁ କରିଦେଲେ।

man with rolls royce tattoo

ସୂଚନା ଅନୁଯାୟୀ, ୨୯ ବର୍ଷୀୟ ଖେଣ୍ଟ ପିଲାଦିନରୁ ରୋଲ୍ସ ରୋଏସ କାର୍ ପସନ୍ଦ କରନ୍ତି। କିନ୍ତୁ ଟଙ୍କା ଅଭାବ ହେତୁ ସେ ଏହାକୁ କିଣିବାକୁ ସକ୍ଷମ ହୋଇନଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ରୋଲ୍ସ ରୋଏସରେ କାମ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ସେ ସଫଳତା ପାଇ ନଥିଲେ। ଏହି କାରଣରୁ, ଶେଷରେ ସେ ତାଙ୍କ ସ୍ୱପ୍ନକୁ ଟାଟୁ ରୂପରେ ତାଙ୍କ ମୁହଁରେ କରିଦେଲେ।

man with rolls royce tattoo

ଖେଣ୍ଟଙ୍କ ପିଲାଦିନ ଫିଲାଡେଲଫିଆରେ ଅତିବାହିତ ହୋଇଛି କିନ୍ତୁ ବର୍ତ୍ତମାନ ସେ ଫ୍ଲୋରିଡାରେ ରହୁଛନ୍ତି। ସେ କହିଛନ୍ତି, ତାଙ୍କ ମୁହଁର ଟାଟୁ ଚଳିତ ବର୍ଷ ଆରମ୍ଭରେ ଶେଷ ହୋଇଥିଲା। ଟାଟୁ ସାରିବା ପରେ ସେ ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ପୋଷ୍ଟ କରିଥିଲେ, ଯେଉଁଠାରୁ ଏହା ଭାଇରାଲ ହୋଇଛି। ସେ କହିଛନ୍ତି ଯେ ଲୋକମାନେ ତାଙ୍କ ଟାଟୁ ଦେଖିବା ପରେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ତଥାପି, ଅଧିକାଂଶ ଲୋକ ନକାରାତ୍ମକ କମେଣ୍ଟ ଦେଉଛନ୍ତି। ସେ କହିଛନ୍ତି, ଯେତେବେଳେ ସେ ଅନୁଭବ କଲେ କାରର ସ୍ୱପ୍ନକୁ ପୂରଣ କରିପାରିବେ ନାହିଁ, ସେତେବେଳେ ସେ ଏହାର ଲୋଗୋର ଟାଟୁ କରିବାକୁ ସ୍ଥିର କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.