କରୋନା ଭାଇରସ୍ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି ଏବଂ ଭାରତ ମଧ୍ୟ ଏଥିରେ ପୂରାପୂରି ପ୍ରଭାବିତ ହୋଇଛି। ଏପରି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ଏହି ରୋଗକୁ ନେଇ ଭୟ ସୃଷ୍ଟି ହେଲାଣି । ଏହି ସମୟରେ ଏକ ଟ୍ରେନରେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ସେହି ଟ୍ରେନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ହଠାତ୍ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା।
ଏହି ବ୍ୟକ୍ତି କୋଜିକୋଡ-ତିରୁବନ୍ତପୁରମ ଜନ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିଲେ। ଅଧିକାରୀ କହିଥିଲେ ଯେ କନ୍ୟାକୁମାରୀରେ ରହୁଥିବା ବ୍ୟକ୍ତି ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ଟ୍ରେନରେ ଚଢ଼ି ସାରିଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଟ୍ରେନରୁ ଓହ୍ଲାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅଧିକାରୀଙ୍କ ଅନୁସାରେ,କୋଝିକୋଡ ଜିଲ୍ଲାର କୁନ୍ନମଙ୍ଗଳମରେ ଜଣେ ଶ୍ରମିକ କିଛି ଲକ୍ଷଣ ଅନୁଭବ କରିବା ପରେ କୋଝିକୋଡରେ ୩ଦିନ ପୂର୍ବରୁ କରୋନା ଟେଷ୍ଟ ପାଇଁ ସାମ୍ପଲ୍ ଦେଇଥିଲା। ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ହିଁ ସେ ନିଜ ଗର୍ଭବତୀ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ନିଜ ଘରକୁ ଯାଉଥିଲେ।
ଏହି ବ୍ୟକ୍ତି ତାମିଲନାଡ଼ୁରୁ ନିଜ ଘରକୁ ଯିବା ପାଇଁ ଟ୍ରେନରେ ଚଢ଼ିଥିଲେ। ଯାତ୍ରା ସମୟରେ ତାଙ୍କୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ଫୋନ୍ ଆସିଥିଲା। ତାଙ୍କୁ ଏର୍ଣ୍ଣାକୁଲମ୍ ଟାଉନ୍ ରେଲଓ୍ବେ ଷ୍ଟେସନରେ ଓହ୍ଲାଇବାକୁ କୁହାଯାଇଥିଲା। କରୋନା ପଜିଟିଭ ଜଣା ପଡ଼ିବା ପରେ କୋଝିକୋଡ଼ରେ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କ ସହ ସମ୍ପର୍କ କରିଥିଲେ,କିନ୍ତୁ ଟ୍ରେନ୍ ପୂର୍ବରୁ ହିଁ ଷ୍ଟେସନ ଛାଡ଼ି ସାରିଥିଲା।
ଏହା ପରେ ସେମାନେ ତ୍ରିଶୂର ଜିଲ୍ଲାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସୂଚିତ କରିଥିଲେ। ଏର୍ଣ୍ଣାକୁଲମରେ ସ୍ବାସ୍ଥ୍ୟ ଅଧିକାରୀମାନେ ବ୍ୟକ୍ତିଙ୍କୁ ଟ୍ରେନରୁ ଓହ୍ଲାଇ ହସ୍ପିଟାଲ ନେଇ ଯାଇଥିଲେ।
ରେଲଓ୍ବେ ଅଧିକାରୀମାନେ କହିଥିଲେ ଯେ ସେହି ସଂକ୍ରମିତ ବ୍ୟକ୍ତି ଓହ୍ଲାଇବା ପରେ ଯେଉଁ ଡବାରେ ସେ ଯାଉଥିଲେ ସେହି ଡବାକୁ ସିଲ୍ କରି ଦିଆଯାଇଥିଲା। ଯେଉଁମାନେ ସେହି ବ୍ୟକ୍ତିଙ୍କ ସହ ସେହି ଡବାରେ ଥିଲେ ତାଙ୍କୁ ମଧ୍ୟ ଟ୍ରେନର ଅନ୍ୟ ସିଟକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା।