Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗିଫ୍ଟ ଲୋଭରେ ଜନ୍ମଦିନ ତାରିଖ ବଦଳାଉଥିଲା ପ୍ରେମିକ, ପ୍ରେମିକାଙ୍କ ଠାରୁ ଆଣୁଥିଲା ଟଙ୍କା ଓ ଉପହାର, ଧରିଲା ପୋଲିସ୍‌

23/04/2021 at 4:41 PM

ଟୋକିଓ ୨୩/୪:  ୩୫ ଗର୍ଲଫ୍ରେଣ୍ଡ, ୩୫ ଜନ୍ମଦିନ।  ମିଛ ଜନ୍ମଦିନ ଆଉ ମିଛ ସମ୍ପର୍କ। କେବଳ ଉପହାର ପାଇବାକୁ ରଖିଥିଲା ୩୫ ପ୍ରେମିକା। ଏକାବେଳେ ୩୫ ପ୍ରେମିକାଙ୍କ ସହ ଚାଟିଂ-ଡେଟିଂ କରୁଥିଲା ଯୁବକ। ସମସ୍ତଙ୍କୁ ନିଜ ଜନ୍ମଦିନ ପାଇଁ ଦେଉଥିଲା ନୂଆ ତାରିଖ। ପ୍ରତି ତାରିଖରେ ମିଳୁଥିଲା ଦାମୀ ଉପହାର। ସତ କେବେ ଲୁଚି ରହେନା ଭଳି ଧୋକାବାଜ୍‌ ପ୍ରେମିକ ବି ଧରାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ୩୯ ବର୍ଷୀୟ ତକାସି ମିୟାଗାଓ୍ବା ୩୫ ମହିଳାଙ୍କ ସହ ସମ୍ପର୍କରେ ଥିଲା। ସମସ୍ତଙ୍କୁ ଜନ୍ମଦିନ ନେଇ ଦେଇଥିଲା ଗୋଟିଏ ଗୋଟିଏ ତାରିଖ। ୪୭ ବର୍ଷୀୟା ପ୍ରେମିକାକୁ ଫେବୃଆରୀ ୨୨, ୪୦ ବର୍ଷୀୟା ପ୍ରେମିକାକୁ ଜୁଲାଇରେ ଜନ୍ମଦିନ ବୋଲି କହିଥିବା ବେଳେ ଅନ୍ୟ ଜଣଙ୍କୁ ଏପ୍ରିଲ୍‌ରେ ବାର୍ଥଡେ’ ବୋଲି କହିଥିଲା। କିନ୍ତୁ ତାର ପ୍ରକୃତ ଜନ୍ମଦିନ ନଭେମ୍ବର ୧୪ରେ ବୋଲି ଜଣାପଡ଼ିଛି।

ଜାପାନର ଏକ ନ୍ୟୁଜ୍‌ ଓ୍ବେବସାଇଟ୍‌ ସୋରାନ୍ୟୁଜ୍‌-୨୪ ଅନୁସାରେ ଜାପାନ ରୋମିଓର ୩୫ ପ୍ରେମିକା ଥିଲେ। କିନ୍ତୁ ଏହି ସଂଖ୍ୟା ଆହୁରି ଅଧିକ ଥାଇପାରେ।  ପ୍ରେମିକାଙ୍କଠାରୁ ମିୟାଗାଓ୍ବା ପାଖାପାଖି ୬୯,୪୪୨ ଟଙ୍କାର ଜନ୍ମଦିନ ଉପହାର, ପୋଷାକ ଏବଂ ଟଙ୍କା ଲୁଟିସାରିଛି। ସେମାନଙ୍କ ପାଖରୁ କେବଳ ଉପହାର ଆଉ ଟଙ୍କା ଆଣୁଥିଲା ତାହା ନୁହେଁ ସେ ଯେଉଁ ଦୋକାନରେ ଥିଲା ତାର ଜିନିଷ ସେମାନଙ୍କୁ ବିକ୍ରି ମଧ୍ୟ କରୁଥିଲା । ଦୋକାନକୁ ଆସୁଥିବା ପ୍ରାୟ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିଲା ମିୟାଗାଓ୍ବା। ସେମାନଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ନିଜ ପ୍ରେମ ଜାଲରେ ଫସାଉଥିଲା।

ମିୟାଗାଓ୍ବାର ଯୋଜନା ସମ୍ପର୍କରେ ଜାଣିପାରି ସମସ୍ତ ମହିଳା ଥାନାରେ ପହଞ୍ଚିଥିଲେ। ପରେ ସମସ୍ତ ମାମଲାର ପର୍ଦ୍ଦାଫାଶ ହୋଇଛି। ଏହି ମାମଲା ଲୋକଲୋଚନକୁ ଆସିବା ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଲୋକ ମିୟାଗାଓ୍ବାକୁ ଭର୍ତ୍ସନା କରୁଥିବା କିଛି ସେ ଏକାବେଳେ ୩୫ ଗର୍ଲଫ୍ରେଣ୍ଡ କେମିତି ରଖିପାରିଲା ବୋଲି ଆଶ୍ଚର୍ଯ୍ୟ ହୋଇଛନ୍ତି ।

   Related Posts