Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ପେଟରେ ତିଆରି ହେଉଛି ଆଲକୋହଲ୍ ! ଚିନି-ଚିପ୍ସ ଖାଇଲେ ବି ହେଉଛି ଅସମ୍ଭାଳ ନିଶା

12/01/2021 at 5:10 PM

ନୂଆଦିଲ୍ଲୀ ୧୨/୦୧: ଏମିତି ବି ହୁଏ ! କେକ୍‌ ଖାଇଲେ ବି ନିଶାରେ ଝୁମୁଛନ୍ତି ବ୍ୟକ୍ତି। କେକ୍‌ ଖାଉଛନ୍ତି କିନ୍ତୁ ପେଟ ଭିତରେ ତିଆରି ହେଉଛି ମଦ। ବିରଳ ପରିସ୍ଥିତିରେ ଏମିତି ହେଉଥିବା ଜଣାପଡ଼ିଛି। ବ୍ୟକ୍ତିଜଣଙ୍କ କେକ୍‌ ଖାଇବା ପରେ ଏହା କାର୍ବୋହାଇଡ୍ରେଟରେ ପରିଣତ ହେଉଛି। ପରେ ପରେ ଏହା ଆଲକୋହଲ୍‌ରେ ପରିଣତ ହେଉଛି। ଫଳରେ ବ୍ୟକ୍ତି ନିଶାରେ ଝୁମୁଛନ୍ତି।

ଇଂଲଣ୍ଡର ଲୋଓ୍ବେସ୍ଟଫ୍ଟରେ ରୁହନ୍ତି ୬୨ ବର୍ଷୀୟ ନିକ କାର୍ସନ। ନିକ୍‌ କେକ୍‌ ଖାଇଲେ ତାଙ୍କୁ ନିଶା ହୋଇଯାଉଛି। ଶରୀରରେ ଏଭଳି ଲକ୍ଷ୍ୟଣକୁ ଅଟୋ ବ୍ରିଓ୍ବେରି ସିଂଡ୍ରୋମ୍‌ (ଏବିଏସ୍‌) ବୋଲି କୁହାଯାଏ। ଏଥିରେ ପୀଡ଼ିତ ବ୍ୟକ୍ତି ମଦ ନପିଇଲେ ବି ତାଙ୍କୁ ନିଶା ହୋଇଥାଏ। ତେବେ ଏଭଳି ଏକ ଲକ୍ଷ୍ୟଣ ସମ୍ପର୍କରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ନିକ୍‌ ବଡ଼ ହଇରାଣରେ ପଡ଼ୁଛନ୍ତି। କେକ୍‌ ଖାଇ ନିକ୍‌ ଟ୍ରାଫିକ୍‌ ପୋଲିସ ହାତରେ ଧରାପଡ଼ିଛନ୍ତି। ଏପରିକି ତାଙ୍କ ବିରୋଧରେ ମଦ ପିଇ ଗାଡ଼ି ଚଳାଇବା ମାମଲା ମଧ୍ୟ ରୁଜୁ କରିଛି ପୋଲିସ।

ମିଳିଥିବା ସୂଚନା ଅନୁସାରେ ନିକ୍‌ ୨୦ ବର୍ଷ ଧରି ଏକ କେମିକାଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ତାଙ୍କ ଶରୀରରେ ଏବିଏସ୍‌ ଲକ୍ଷ୍ୟଣ ୨୦୦୩ରୁ ଦେଖାଯାଇଥିଲା। ଏହାକୁ ସେ ପ୍ରଥମେ ଜାଣିପାରିନଥିଲେ। ଡୋକ୍‌ ମାର୍ଟିନ୍‌ଙ୍କ ଏକ ଏପିସୋଡ୍‌ ଦେଖିବା ପରେ ଏବିଏସ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ ନିକ୍‌ଙ୍କ ପତ୍ନୀ କାରିନ୍‌। ତେବେ ନିକ୍‌ ସର୍ବଦା ଏକ ବ୍ରେଥ ଆନାଲାଇଜର ସାଙ୍ଗରେ ରଖିଥାନ୍ତି। କାରଣ ଏଥିରେ ସେ ନିଶା​‌ରେ ଅଛନ୍ତି କି ନାହିଁ ଜାଣିବା ସହ ଟ୍ରାଫିକ୍‌ ପୋଲିସ ପାଖରୁ ବର୍ତ୍ତିପାରନ୍ତି ବୋଲି ସେ କହିଛନ୍ତ।

ଟିକିଏ ଚିନି କିମ୍ବା କାର୍ବୋହାଇଡ୍ରେଟ୍‌ ସେବନ କରିଦେଲେ ସଂଗେସଂଗେ ନିଶା ହୋଇଯାଉଛି। ବହୁ ଚେଷ୍ଟା କରିବା ପରେ ବି ସମସ୍ତ ଖାଦ୍ୟରେ ପ୍ରାୟତଃ କାର୍ବୋହାଇଡ୍ରେଟ୍‌ ଥିବାରୁ ଅସୁବିଧାରେ ପଡ଼ୁଛନ୍ତି ବୋଲି ନିକ୍‌ କହିଛନ୍ତି। ଦିନେ ଚିପ୍ସ ଖାଇଦୋବରୁ ଏଭଳି ନିଶା ଧରିଥିଲା ଯେ ଘରେ ପଡ଼ିଗଲି ବୋଲି ମଧ୍ୟ ସେ କହିଛନ୍ତି। ଖାଇବାର ୪୫ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କୁ ନିଶା ଧରିଥିଲା ବୋଲି ଜଣାପଡ଼ିଛି। ତେବେ ଏହି ଲକ୍ଷ୍ୟଣ ସମ୍ପର୍କରେ ଜଣାପଡ଼ିବା ପରେ ନିଜକୁ ସମ୍ଭାଳିବା ପାଇଁ ସହଜ ହୋଇଥିବା ବେଳେ ଖାଇବା ଉପରେ ଧ୍ୟାନ ଦେବାକୁ ପଡ଼ୁଛି ବୋଲି ନିକ୍‌ କହିଛନ୍ତି।

   Related Posts