କୂଅ ଖୋଳିବା ବେଳେ ମିଳିଲା ୫୧୦ କିଲୋ ଓଜନର ନୀଳା ପଥର, ମୂଲ୍ୟ ପ୍ରାୟ ୧୦ କୋଟି ଡଲାର

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮/୦୭ : ଶ୍ରୀଲଙ୍କାର କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ସେଠାରେ ଏକ ଘର ପଛପଟେ କୂଅ ଖନନ ବେଳେ ବିଶ୍ୱର ବୃହତ୍ତମ ନୀଳା ରତ୍ନପଥର ମିଳିଛି। ବହୁମୂଲ୍ୟ ପଥର ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ କହିଛନ୍ତି ଯେ ଏହି ମୂଲ୍ୟବାନ ନୀଳା ପଥରଟି ତାଙ୍କ ଘର ପଛରେ କୂଅ ଖୋଳିବା ସମୟରେ ହଠାତ୍ ଜଣେ ବ୍ୟକ୍ତି ପାଇଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ନୀଳା ପଥରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୦ କୋଟି ଡଲାର।

ବିଶେଷଜ୍ଞମାନେ ଏହି ନୀଳାକୁ ସେରେଣ୍ଡିପିଟି ନୀଳା ନାଁ ଦେଇଛନ୍ତି । ଏହାର ଓଜନ ପ୍ରାୟ ୫୧୦ କିଲୋଗ୍ରାମ ଏବଂ ୨.୫ ଲକ୍ଷ କ୍ୟାରେଟର। ଏହି ନୀଳାର ମାଲିକ ଡକ୍ଟର ଗମାଗେ ବିସିସିକୁ କହିଛନ୍ତି ଯେ ଯେଉଁ ବ୍ୟକ୍ତି ତାଙ୍କ ଘରେ କୂଅ ଖୋଳୁଥିଲେ, ଖନନ ବେଳେ ଭୂମି ତଳେ କିଛି ମୂଲ୍ୟବାନ ପଥର ପୋତି ହୋଇଥିବା ତାଙ୍କୁ ସୂଚନା ଦେଇଥିଲେ। ପରେ ସେମାନେ ଏହି ବଡ ପଥର ବାହାର କରିବାରେ ସଫଳ ହୋଇଥିଲେ।

{"id":487107,"sizeSlug":"large","linkDestination":"none"}

ସୁରକ୍ଷା ଦୃଷ୍ଟିରୁ ଡକ୍ଟର ଗେମାଗେ ନିଜର ପୁରା ନାମ ଏବଂ ଠିକଣା ପ୍ରକାଶ କରି ନାହାଁନ୍ତି। ଡକ୍ଟର ଗେମାଗେ ମଧ୍ୟ ବହୁମୂଲ୍ୟ ପଥରର ବ୍ୟବସାୟୀ। ସେ ନିଜର ଏହି ଆବିଷ୍କାର ବିଷୟରେ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି। ଏହି ପଥର ସଫା କରିବା ଏବଂ ସେଥିରୁ ମଇଳା ବାହାର କରିବାକୁ ଏକ ବର୍ଷ ଲାଗିବ ବୋଲି ସେମାନେ କହିଛନ୍ତି। ଏହା ପରେ ହିଁ ଏହାକୁ ବିଶ୍ଳେଷଣ କରି ତାର ପଞ୍ଜିକରଣ ହୋଇପାରିବ।

ଡକ୍ଟର ଗମାଗେ କହିଛନ୍ତି ଯେ ପଥର ସଫା କରିବା ସମୟରେ ନୀଳମଣିର କିଛି ଖଣ୍ଡ ଏହାଠାରୁ ଖସି ଯାଇଥିଲା। ବିଶ୍ଳେଷଣ ସମୟରେ ଜଣାପଡିଥିଲା ଯେ ସେଗୁଡ଼ିକ ଅତି ଉଚ୍ଚ ଶ୍ରେଣୀର ମୂଲ୍ୟବାନ ପଥର। ଏହି ପଥର ରତ୍ନାପୁରା ସହରରେ ଦେଖିବାକୁ ମିଳିଛି। ଏହି ସହରକୁ ଶ୍ରୀଲଙ୍କାର ରତ୍ନ ସହର କୁହାଯାଏ। ଅତୀତରେ ଏଠାରେ ବହୁ ମୂଲ୍ୟବାନ ପଥର ମଧ୍ୟ ମିଳିଥିଲା ।

ଶ୍ରୀଲଙ୍କା ହେଉଛି ନୀଳମଣି ପଥର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥର ରପ୍ତାନୀକାରୀ ଦେଶ। ଗତ ବର୍ଷ କେବଳ ଶ୍ରୀଲଙ୍କା ହୀରା କାଟିବା ଏବଂ ମୂଲ୍ୟବାନ ପଥର ରପ୍ତାନିରୁ ପ୍ରାୟ ୫୦୦ କୋଟି ଡଲାର ରୋଜଗାର କରିଥିଲା। ଯଦିଓ କିଛି ବିଶେଷଜ୍ଞ କହିଛନ୍ତି କରନ୍ତି ଯେ ଏହି କ୍ଲଷ୍ଟର ଭିତରେ ଥିବା ଅଧିକାଂଶ ନୀଳମଣି ପଥର ଉଚ୍ଚମାନର ହୋଇନଥିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.