ପତ୍ନୀ ଓ ଶିଶୁଙ୍କ ବିଷ ଦେଇ ଆତ୍ମହତ୍ୟା କଲେ ଯୁବକ, ସୁଇସାଇଡ୍ ନୋଟ ଖୋଲିଲା ଗୁମର

Published By : Prameya-News7 Bureau | March 08, 2020 IST

ଲକ୍ଷ୍ନୌ, ୦୮|୦୩:  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଶିଶୁଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାସ୍ଥଳରୁ ୬ ପେଜର ଏକ ସୁଇସାଇଡ୍ ନୋଟ ଜବତ କରାଯାଇଛି। ସୁଇସାଇଡ୍ ନୋଟରେ ସେ ଅଧିକ ଋଣ ଭାରରେ ବୁଡି ରହିଥିଲେ। ଫଳରେ ବାଧ୍ୟ ହୋଇ ସେ ଏପରି କରିଥିବା ଲେଖାଯାଇଛି।

{"id":234854,"width":750,"height":459,"sizeSlug":"large"}

ସୂଚନାନୁସାରେ, ଆସିଆନା ଥାନା ଅନ୍ତର୍ଗତ ଆଇ ସେକ୍ଟରରେ ରହୁଥିବା ବିଶାଲ ମଦନାନୀ ଏକ ସାଇବର କେଫ୍ ଚଳାଇଥାନ୍ତି। ଶନିବାରଦିନ ତାଙ୍କ ଘରେ ପତ୍ନୀ ଓ ଶିଶୁ ଥିଲେ। ପତ୍ନୀ ମଧ୍ୟ ବିଶାଲଙ୍କୁ ଅନେକ ସମୟରେ ସାହାଯ୍ୟ କରନ୍ତି। ତେବେ ଶନିବାର ଦିନୱ ଦ୍ୱିପ୍ରହରରେ ବିଶାଲଙ୍କ ଶାଳକ କବାଟ ବାଡେଇଥିଲେ। କିନ୍ତୁ କେହି କବାଟ ଖୋଲି ନଥିଲେ। ଏହାପରେ କବାଟ ଭାଙ୍ଗି ଘରକୁ ଗଲା ବେଳେ ବିଶାଲଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ପତ୍ନୀ ଓ ଶିଶୁଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି।

ସୁଇସାଇଡ ନୋଟରେ ଋଣ ଭାର ହିଁ ଆତ୍ମହତ୍ୟାର କାରଣ ବୋଲି ଲେଖାଯାଇଛି। ତେବେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମଟର୍ମ ପରେ ହିଁ ଅଧିକ ସୂଚନା ମିଳିପାରିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.