Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ରେକର୍ଡ ସୃଷ୍ଟି କଲେ ପଙ୍କଜ: ୯ଥର ପ୍ଲାଜମା ଦାନ କରି ବଞ୍ଚାଇଲେ ୧୮ ଜଣଙ୍କ ଜୀବନ

2/05/2021 at 12:30 PM

କୋଟା ୦୨/୦୫ : କରୋନା ମହାମାରୀ ଯୋଗୁଁ ଦେଶର କୋଣ ଅନୁକୋଣରେ ହାହାକାର ଖେଳିଯାଇଛି । ଲୋକେ ଏହି ଘାତକ ମହାମାରୀକୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଓ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଉଛନ୍ତି । ରାଜସ୍ଥାନ କୋଟା ସହରରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ପଙ୍କଜ ଗୁପ୍ତା ନାମକ ଯୁବକ ୯ଥର ପ୍ଲାଜମା ଦାନ କରି ରେରେକାର୍ଡ ସୃଷ୍ଟି କରିଛନ୍ତି ।

ଭଗତ ସିଂହ କଲୋନୀରେ ରହୁଥିବା ଷ୍ଟାର ଇନ୍ସୁରାନ୍ସ କମ୍ପାନୀର ଏରିଆ ମ୍ୟାନେଜର ପଙ୍କଜ ଗୁପ୍ତା (୪୬) ୯ଥର ପ୍ଲାଜମା ଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି । ଜଣେ ବ୍ୟକ୍ତି ୯ଥର ପ୍ଲାଜମା ଦାନ କରିଥିବା ରାଜସ୍ଥାନରେ ଏହା ପ୍ରଥମ ମାମଲା । ସମ୍ଭବତଃ ଏହା ଦେଶରେ ମଧ୍ୟ ପ୍ରଥମ ମାମଲା ।

ପଙ୍କଜ ଗୁପ୍ତା ଏବେ ସୁଦ୍ଧା ୨୮ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ଶରୀରରେ ଲଗାତାର ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ଦାନ କରି ଲୋକଙ୍କ ଜୀବନ ବଞ୍ଚାଉଥିବା ପଙ୍କଜ ଗୁପ୍ତା ଏବେ ଯାଏଁ ଭ୍ୟାକସିନ ମଧ୍ୟ ନେଇନାହାନ୍ତି । ପ୍ଲାଜମା ଦାନ କରିବାକୁ ସେ ଏବେ ଯାଏଁ ଭ୍ୟାକସିନ ନେଇନାହାନ୍ତି । ସେ କହିଛନ୍ତି ଯେବେ ଯାଏଁ ତାଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଉଥିବ ସେ ପ୍ଲାଜମା ଦାନ କରୁଥିବେ ଓ ଏହିଭଳି ଲୋକଙ୍କ ଜୀବନ ବଞ୍ଚାଉଥିବେ ।

ଟିମ ଜୀବନଦାତା ସଂଯୋଜକ ଓ ଲାଏନ୍ସ କ୍ଲବ ଚେୟାରମ୍ୟାନ ଭୁବନେଶ ଗୁପ୍ତା କହିଛନ୍ତି ଯେ ପଙ୍କଜ ଅନେକଥର ରକ୍ତଦାନ ମଧ୍ୟ କରିଛନ୍ତି । କେବେଳେ ପଙ୍କଜ ନୁହନ୍ତି ଗୋର୍ଦ୍ଧନପୁରାର ୩୯ ବର୍ଷ ବୟସ୍କ ମନୀଷ ମଧ୍ୟ ୪ଥର ପ୍ଲାଜମା ଦାନ କରିସାରିଛନ୍ତି । ସେ କହିଛନ୍ତି ତାଙ୍କ ପରିବାରର ୮ ଜଣ କରୋନାରେ ପୀଡିତ ଥିଲେ । ସେଥିପାଇଁ ସେ ରୋଗୀଙ୍କ ଏବଂ ରୋଗୀଙ୍କ ପରିବାରର ସ୍ଥିତି ଭଲ ଭାବେ ବୁଝିପାରିଛନ୍ତି ଏବଂ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ।

   Related Posts