Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଜୀବନକୁ ବାଜି ଲଗାଇ ପୋଷା କୁକୁରକୁ ବଞ୍ଚାଇଲେ ବୃଦ୍ଧ : ଘଡ଼ିଆଳ କୁମ୍ଭୀର ପାଟିରୁ ହାତ ପୂରାଇ ଟାଣି ଆଣିଲେ,ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

24/11/2020 at 10:10 AM

ନୂଆଦିଲ୍ଲୀ ୨୪/୧୧: ଅଧିକାଂଶ ଲୋକେ ନିଜ ଘରେ ପୋଷା ଜୀବ ରଖିଥାନ୍ତି। ଏମାନଙ୍କୁ ପୂରା ନିଜ ପିଲାଙ୍କ ଭଳି ଦେଖାଶୁଣା କରନ୍ତି। ଏମାନଙ୍କ ସମସ୍ତ ଆବଶ୍ୟକତା ଠିକ୍ ସମୟରେ ପୂରା କରିଥାନ୍ତି। ଏପରି କ୍ଷେତ୍ରରେ ଯଦି ପୋଷା ଜୀବଙ୍କ କିଛି ସମସ୍ୟା ହୋଇଥାଏ ତେବେ ମାଲିକମାନେ ତୁରନ୍ତ ସାହାଯ୍ୟ କରିଥାନ୍ତି। ଏପରି ଏକ ମାମଲା ଆମେରିକାର ଫ୍ଲୋରିଡ଼ାରୁ ସାମନାକୁ ଆସିଛି। ଏଠାରେ ଜଣେ ବୟସ୍କ ବ୍ୟକ୍ତି ନିଜର ୩ମାସର କୁକୁରକୁ ଘଡ଼ିଆଲ କୁମ୍ଭୀର ପାଟିରୁ ଜୀବନ୍ତ ଟାଣି ଆଣିଛନ୍ତି। ଏହି ଘଟଣାର ଭିଡିଓ ଜୋର ସୋର​‌ରେ ଭାଇରାଲ୍ ହେଉଛି।

 ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ୭୪ବର୍ଷୀୟ ବୟସ୍କ ବ୍ୟକ୍ତି ରିଚାର୍ଡ଼ ବିଲବ୍ୟାଙ୍କସ୍ କିପରି ପୋଖରୀରେ ଡେଇଁ ଘଡ଼ିଆଲ ପାଟିରୁ ୩ମାସର କୁକୁରକୁ ବଞ୍ଚାଉଛନ୍ତି। ଫ୍ଲୋରିଡ଼ାରେ ରିଚାର୍ଡ଼ଙ୍କ ଘର ପଛରେ ଏକ ପୋଖରୀ ରହିଛି। ଏଥିରେ ଅଧିକାଂଶ ସମୟରେ ଘଡ଼ିଆଳ କୁମ୍ଭୀର ଆସିଥାନ୍ତି।

କିଛି ଦିନ ତଳେ ତାଙ୍କ କୁକୁର ଗନର ଘରେ ଖେଳୁଥିବାବେଳେ ବାହାରକୁ ଚାଲି ଯାଇଥିଲା। ସେ ସିଧା ପୋଖରୀ ନିକଟକୁ ପହଞ୍ଚି ଯାଇଥିଲା। ସେହି ପୋଖରୀରେ ପୂର୍ବରୁ ଏକ ଛୋଟ ଘଡ଼ିଆଳ ଥିଲା। ଗନର ପୋଖରୀ ନିକଟକୁ ଯିବାରୁ ସେ ହଠାତ୍ ପୋଖରୀରୁ ବାହାରି ଗନରକୁ ପାଟି ଭିତରକୁ ପୂରାଇ ଦେଇଥିଲା।

ରିଚାର୍ଡ଼ ଏହା ଦେଖି ତୁରନ୍ତ ପୋଖରୀରେ ପହଞ୍ଚିଥିଲେ ଏବଂ ଘଡ଼ିଆଳର ପାଟିକୁ ଧରିଥିଲେ। ଏହା ପରେ ତା ପାଟିରୁ ନିଜ କୁକୁରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିଛି ସମୟ ପରେ କୁମ୍ଭୀର ତାଙ୍କ କୁକୁରକୁ ଛାଡ଼ି ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

   Related Posts