Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦାୟିତ୍ବହୀନତା : ଦିଲ୍ଲୀରୁ ଗୁଆହାଟୀ ହୋଇ ବିମାନ ଯୋଗେ କୋଲକାତା ପହଞ୍ଚିଲେ ଯୁବକ,ପକେଟରେ ଥିଲା କରୋନା ପଜିଟିଭ ରିପୋର୍ଟ

17/07/2020 at 10:36 AM

କୋଲକାତା ୧୭/୭: ଦେଶରେ କରୋନା ଭାଇରସର ପ୍ରକୋପ ମଧ୍ୟରେ ଜଣେ ୩୪ବର୍ଷ ବୟସ୍କ ବ୍ୟକ୍ତି ଦିଲ୍ଲୀରୁ ଗୁଆହାଟୀ ହୋଇ କୋଲକାତା ଏୟାରପୋର୍ଟରେ ଏହା କହି ଓହ୍ଲାଇଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ତାଙ୍କୁ କ୍ବାରେଣ୍ଟାଇନ୍ ରଖିବାର ଆବଶ୍ୟକତା ରହିଛି। ଉତ୍ତର ୨୪ପ୍ରଗଣାର ଏହି ବାସିନ୍ଦା ଯେତେବେଳେ ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୫ଟାରେ କୋଲକାତା ପହଞ୍ଚିଥିଲେ ସେତେବେଳେ ତାଙ୍କଠାରେ କୋଭିଡ-୧୯ର କୌଣସି ଲକ୍ଷଣ ନଥିଲା,ଏପରି କ୍ଷେତ୍ରରେ ତାଙ୍କୁ ଏୟାରପୋର୍ଟ କର୍ମଚାରୀ ତାଙ୍କୁ ଯିବାକୁ ଦେଇଥିଲେ। କିନ୍ତୁ ଏହି ବ୍ୟକ୍ତି ଏୟାରପୋର୍ଟ ଛାଡ଼ିବାକୁ ମନା କରି କହିଥିଲେ ଯେ ତାଙ୍କର କାଶ ହେଉଛି ଏବଂ ତାଙ୍କୁ କ୍ବାରେଣ୍ଟାଇନ୍ କରାଯାଉ। ଯେତେବେଳେ ସେ ନିଜ କଥାରେ ଏୟାରପୋର୍ଟ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିପାରିନଥିଲେ ସେତେବେଳେ ନିଜ ପକେଟରୁ ରିପୋର୍ଟ ବାହାରିଥିଲେ ଯେଉଁଥିରେ ଲେଖା ହୋଇଥିଲା ଯେ ସେ କରୋନାରେ ସଂକ୍ରମିତ।

କରୋନା ରିପୋର୍ଟ ଦେଖି ଏୟାରପୋର୍ଟ ଅଧିକାରୀ ଚିନ୍ତାରେ ପଡ଼ିଯାଇଥିଲେ ଏବଂ ତାଙ୍କୁ ତୁରନ୍ତ ରାଜରହାଟର ଚିତ୍ତରଞ୍ଜନ ନ୍ୟାସନାଲ୍ କ୍ୟାନସର ଇନଷ୍ଟିଚ୍ୟୁଟରେ କ୍ବାରେଣ୍ଟାଇନ୍ କରାଯାଇଥିଲା ଯାହା ଏୟାରପୋର୍ଟର ସବୁଠୁ ନିକଟରେ ରହିଥିଲା। ଦିଲ୍ଲୀରୁ ଗୁଆହାଟୀ ଏବଂ ତାପରେ ଗୁଆହାଟୀରୁ କୋଲକାତା ଯାଉଥିବା ଫ୍ଲାଇଟରେ ତାଙ୍କ ସହ ଥିବା ଯାତ୍ରୀଙ୍କୁ ଟ୍ରେସ୍ କରାଯାଉଛି। ଦିଲ୍ଲୀ ଏବଂ ଗୁଆହାଟୀ ଏୟାରପୋର୍ଟକୁ ମଧ୍ୟ ଆଲର୍ଟ କରି ଦିଆଯାଇଛି।

ଏବେ ଏହାକୁ ନେଇ ପ୍ରଶ୍ନ ଉଠାଯାଉଛି ଯେ ସିକ୍ୟୁରିଟି/ମେଡିକାଲ୍ ଚେକ୍ ସମୟରେ ଏହି ବ୍ୟକ୍ତି କିପରି ସେଠାରୁ ଖସି ଯିବାରେ ସଫଳ ହୋଇପାରିଥିଲା। ତାହା ମଧ୍ୟ ଏପରି ଅବସ୍ଥାରେ ଯେତେବେଳେ ତାଙ୍କ ପକେଟରେ କରୋନା ପଜିଟିଭ ହେବାର ରିପୋର୍ଟ ରହିଥିଲା। ଲକଡାଉନ୍ ପୂର୍ବ ପର୍ଯ୍ୟାୟ ପରେ ଯେତେବେଳେ ଦେଶରେ ଉଡ଼ାଣକୁ ଅନୁମତି ଦିଆଯାଇଥିଲା ସେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିମାନବନ୍ଦରରେ ଯାତ୍ରୀଙ୍କ ଯାଞ୍ଚକୁ ନେଇ ପ୍ରଶ୍ନ କରିଥିଲେ। ଏହି ମାସର ଆରମ୍ଭରେ ସେ ଦିଲ୍ଲୀ,ମୁମ୍ବାଇ ଏବଂ ଚେନ୍ନାଇ ସହ ଦେଶର ୬ଟି ପ୍ରମୁଖ ସହରରୁ ଆସୁଥିବା ଉଡ଼ାଣକୁ ମଧ୍ୟ ରୋକି ଦେଇଥିଲେ।

   Related Posts