Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନିଛାଟିଆ ରାସ୍ତାରେ ମହିଳାଙ୍କୁ ଅସଦାଚରଣ, ଚପଲ୍ ଖୋଲି ବାଡେଇଲେ ମହିଳା: ସିସିଟିଭିରେ କଏଦ୍, ଅଭିଯୁକ୍ତ ଗିରଫ୍

28/10/2020 at 5:16 PM

ବେଙ୍ଗାଲୁରୁ ୨୮/୧୦ : ସିସିଟିଭି କ୍ୟାମେରାରେ ମହିଳାଙ୍କୁ ଅସଦାଚରଣ ମାମଲାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣା ବେଙ୍ଗାଲୁରୁରେ ଘଟିଛି। ବେଙ୍ଗାଲୁରୁ ଜେସି ନଗର ଅଞ୍ଚଳରେ ଜଣେ ୪୦ ବର୍ଷ ବୟସ୍କା ମହିଳାଙ୍କୁ ଜଣେ ଦୁର୍ବୁତ୍ତ ମୁହଁରେ ସ୍କାର୍ଫ ବାନ୍ଧି ଆକ୍ରମଣ କରୁଥିବା ସିସିଟିଭିରେ କଏଦ ହୋଇଛି। ଦୁର୍ବୁତ୍ତ ଜଣକ ଡିଜେ ହଲ୍ଲୀ ଅଞ୍ଚଳରୁ ମହିଳାଙ୍କୁ ପିଛା କରିଆସୁଥିଲା। ଅଭିଯୁକ୍ତ ଜଣକ ହେଲା ଟାଟା ଦତ୍ତ। ମହିଳାଙ୍କୁ ପିଛା କରିବା ପରେ ଏକ ଶୂନଶାନ ରାସ୍ତାରେ ମହିଳାଙ୍କ ସମ୍ମୁଖରେ ଆସି ଛିଡା ହୋଇଯାଇଥାଏ।

ମହିଳାଙ୍କ ସାମ୍ନାକୁ ଆସି ଯୁବକ ଜଣକ ନିଜ ପ୍ୟାଣ୍ଟ ଖୋଲି ଦେଇଥିଲା। ମହିଳା ଯିବା ପାଇଁ ଚେଷ୍ଟା କଲାବେଳେ ସେ ତାଙ୍କ ରାସ୍ତା ରୋକିଥିଲା। ଏହାପରେ ମହିଳା ନିଜ ଚପଲ ଖୋଲି ତାକୁ ଚେତାବନୀ ଦେଇଛନ୍ତି। ଯୁବକ ଜଣକ ମହିଳାଙ୍କୁ କାନ୍ଥରେ ଚାପି ତାଙ୍କ ଡ୍ରେସ ଟାଣିବାକୁ ଚେଷ୍ଟା କରିଥିଲା। ମହିଳା ଜଣକ ହାର ନ ମାନି ଚପଲ ଖୋଲି ତାକୁ ମାଡ ମାରିଥିଲେ। ଉକ୍ତ ଘଟଣାଟି ୨୦୧୭ ମସିହା ନୂଆ ବର୍ଷ ଅର୍ଥାତ ଜାନୁଆରୀ ୧ ତାରିଖ ରାତିର ଏକ ଅସଦାଚରଣ ମାମଲା କଥା ମନେପକାଇଛି। ସେହି ଦିନର ଘଟଣା ଅନୁସାରେ ଦୁଇ ଜଣ ଯୁବକ ଏକ ସ୍କୁଟରରେ ଆସି ଜଣେ ଯୁବତୀଙ୍କ ସହ ଅସଦାଚରଣ କରିଥିବା ସିସିଟିଭିରେ କଏଦ ହୋଇଥିଲା। ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦୁଇ ଯୁବକ ଗିରଫ ହୋଇଥିଲେ।

ଜେସି ନଗର ପୋଲିସ ଅନୁଯାୟୀ, ଟାଟା ଦତ୍ତ ମହିଳାଙ୍କୁ ଆକ୍ରମଣ କରିବା ପରେ ସେ ସାହାଯ୍ୟ ପାଇଁ ଚିଲ୍ଲାଇ ଥିଲେ | ଘଟଣାଟି ମଙ୍ଗଳବାର ଭୋର ୫ଟା ୫ ସମୟରେ ଘଟିଥିଲା। ମହିଳାଙ୍କ ପାଟି ଶୁଣି ପଡୋଶୀ କବାଟ ଝରକା ଖୋଲିବା ପରେ ଟାଟା ଦତ୍ତ ସେଠାରୁ ଦୌଡ଼ି ପଳାଇଥିଲା।

ମଙ୍ଗବାର ଅପରାହ୍ନରେ ମହିଳା ଜଣକ ଜେସି ନଗର ଥାନାରେ ମାମଲା ରୁଜ୍ଜୁ କରିଥିଲେ। ଜେସି ନଗର ଥାନା ପୋଲିସ ଘଟଣାସ୍ଥଳର ଏକ ସିସିଟିଭି ଫୁଟେଜରୁ ତଥ୍ୟ ବାହାର କରି ଟାଟା ଦତ୍ତକୁ ଟ୍ରାକ କରିବାରେ ସଫଳ ହୋଇଥିଲା। ଟାଟା ଦତ୍ତ ନାଁରେ ପୂର୍ବରୁ ମଧ୍ୟ ଅନେକ ଆରପାଧିକ ମାମଲା ରହିଛି। ଟାଟା ଦତ୍ତକୁ ଭାରତୀୟ ଦଣ୍ଡ ବିଧାନ ଧାରା ୩୫୪ ଏବଂ ୩୫୪ A ରେ ଗିରଫ କରି ମାମଲା ରୁଜ୍ଜୁ କରାଯାଇଛି।

   Related Posts