Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଶିଶୁର ଯତ୍ନ ନେଉଥିବା ଆୟାର ପ୍ରେମରେ ପଡ଼ିଗଲେ ପିତା, ଘରେ ଲଗାଇଦେଲେ ସିକ୍ରେଟ୍‌ କ୍ୟାମେରା, ତାପରେ…

26/09/2021 at 10:55 PM

ନୂଆଦିଲ୍ଲୀ, ୨୬/୦୯:  ସାଧାରଣତଃ ଯେତେବେଳେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଚାକିରୀ କରିଥାନ୍ତି ସେତେବେଳେ ସେମାନେ ନିଜ ପିଲାଙ୍କର ଯତ୍ନ ନେବା ତଥା ଅଫିସ୍‌ ଯିବା ସମୟରେ ପିଲାକୁ ଦେଖାରଖା କରିବା ପାଇଁ ଆୟା ବା କେୟାରଟେକର ନିଯୁକ୍ତ କରିଥାନ୍ତି । ଏମାନେ ନିଜ ଘର ଅପେକ୍ଷା ନିଯୁକ୍ତ ପାଇଥିବା ଘରେ ସମୟ ବିତାଇଥାନ୍ତି । କିନ୍ତୁ ଜଣେ ମାଲିକଙ୍କ ଆଖି ଏହି ଆୟା ଉପରେ ପଡ଼ିଥିଲା । ଯେଉଁ କାରଣରୁ ବ୍ୟକ୍ତି ଜଣକ ଘରର ବିଭିନ୍ନ କୋଣରେ ସିକ୍ରେଟ୍‌ କ୍ୟାମେରା ଲଗାଇ ଦେଇଥିଲେ ଏବଂ ଆୟାଙ୍କର ବିଭିନ୍ନ କାର୍ଯ୍ୟକଳାପ ସହିତ ତାଙ୍କ ଫଟୋକୁ ଏଥିରୁ ବାହର କରୁଥିଲେ ।

ଏହି ମାମଲା କଲମ୍ୱିଆର ହୋଇଥିବା ଜଣାପଡ଼ିଛି । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ସେଠାକାର ଜଣେ କୋଟିପତି ପରିବାର ତାଙ୍କ ଶିଶୁଙ୍କର ଯତ୍ନ ନେବା ପାଇଁ କେଲି ନାମକ ଜଣେ ଯୁବତୀଙ୍କୁ ନିଯୁକ୍ତ କରିଥିଲେ । କେଲି ଦେଖିବାକୁ ସୁନ୍ଦର ଏବଂ ଏଥିରେ କୋର୍ସ ମଧ୍ୟ କରିଥିଲେ ।

କେୟାର ଟେକର ଶିଶୁର ଯତ୍ନ ନେବା ଆରମ୍ଭ କରିଦେଇଥିଲେ । ହେଲେ କେଲିଙ୍କ ଉପରେ ଶିଶୁର ପିତାଙ୍କ ଖରାପ ନଜର ପଡ଼ିଥିଲା । ଏଥିପାଇଁ ସେ ଘରର କିଛି କୋଣରେ କ୍ୟାମେରା ଲଗାଇଦେଇଥିଲେ । ଯାହା ଫଳରେ କେଲିର ଫଟୋ ଏବଂ ତାକୁ ଦେଖିପାରିବେ । ହେଲେ ଏହି କ୍ୟାମେରା କେଲିଙ୍କ ନଜରରେ ପଡ଼ିଯାଇଥିଲା । କ୍ୟାମେରାରେ ଫିଟିଂ ହୋଇଥିବା ମେମୋରୀକୁ ନେଇ ସେଯେତେବେଳେ ଦେଖିଲେ ତାଙ୍କ ଫଟୋ ସେଥିରେ ଥିଲା । ଯାହାକୁ ନେଇ ସେ ଆଚମ୍ୱିତ ହୋଇଯାଇଥିଲେ ।

ସଙ୍ଗେସଙ୍ଗେ କେଲି ସେ ଘରୁ ନିଜ ଜିନିଷ ପତ୍ର ଧରି ପଳାଇଥିଲେ । ପରେ ପେଲିସ୍‌ ଥାନାରେ ମାମଲା କରିଥିଲେ । ହେଲେ କୋର୍ଟରେ ଏହା ଘରର ସୁରକ୍ଷା ପାଇଁ ଲଗାଇଯାଇଥିବା ପ୍ରମାଣିତ ହୋଇଥିଲା ।  

   Related Posts