ଲକ୍ ଡାଉନ୍‌ରେ ବଟର୍ ଚିକେନ୍ ଖାଇବା ପଡିଲା ମହଙ୍ଗା, ୩୨ କି.ମି. ଯାଇ ଗଣିଲେ ୧.୨୩ ଲକ୍ଷ

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧।୭: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ବରେ ଏକ ଲକ୍ ଡାଉନ୍ ପରି ପରିସ୍ଥିତି ରହିଛି । ହୋଟେଲ-ରେଷ୍ଟୁରାଣ୍ଟ, ବାର୍ ସବୁ ବନ୍ଦ ରହିଛି । ଏପରି ପରିସ୍ଥିତିରେ ଯଦି ଆପଣ ଆପଣଙ୍କର କିଛି ପ୍ରିୟ ଖାଦ୍ୟ ପାଇଁ କଲ୍ ପାଇବ, ଆପଣ କଣ କରିବେ ? ଆପଣ ନିଜକୁ ଘରୁ ବାହାରକୁ ଯିବାକୁ ବାରଣ କରିବେ ଆଥବା ସେହି ଖାଦ୍ୟକୁ ଘରେ ତିଆରି କରିବାକୁ ଚେଷ୍ଟା କରିବେ । କିନ୍ତୁ ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ଏହାର ବିପରୀତ କାର୍ଯ୍ୟ କରିଛନ୍ତି । ଲକ୍ ଡାଉନ୍ ସମୟରେ ବଟର ଚିକେନ୍ ଖାଇବା ପାଇଁ ୩୨ କିଲୋମିଟର ଦୂରକୁ ଯାଇଥିଲା ଏବଂ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କୁ ତାଙ୍କର ଏଭଳି କାମ ପାଇଁ ୧.୨୩ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିଛି ।

ସୂଚନାଯୋଗ୍ୟ ଯେ, କରୋନା ଯୋଗୁଁ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଲକ୍ ଡାଉନ୍ କରାଯାଇଛି । ଏଥିସହ ଜନସାଧାରଣ କାର୍ଯ୍ୟକ୍ରମ ତଥା ଲୋକଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଏପରିକି କେତେକ ଜରୁରୀ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଲୋକଙ୍କୁ କେବଳ ସେହି ସେବାଗୁଡିକ ଉପଲବ୍ଧ କରାଯିବ ଯାହାକି ସେମାନଙ୍କ ଆଖପାଖରେ ଉପଲବ୍ଧ ଥିବ ।

ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶରେ ଜନସାଧାରଣଙ୍କୁ ନିୟନ୍ତ୍ରଣ କରିବା କର୍ତ୍ତୃପକ୍ଷଙ୍କୁ ବହୁତ କଷ୍ଟସାଧ୍ୟ ଅଟେ । କାରଣ ଏଠାରେ ଅନେକ ଲୋକ ଅମୂଳକ କାରଣରୁ ନିୟମ ଉଲ୍ଲଂଘନ କରୁଛନ୍ତି । ଏପରି ଜଣେ ବ୍ୟକ୍ତି ଯିଏ ଖାଦ୍ୟକୁ ଏତେ ଭଲ ପାଉଥିଲେ ଯେ ସେ ଖାଇବା ଆଶାକୁ ପୂରଣ କରିବା ପାଇଁ କିଛି କରିବାକୁ ରାଜି ହୋଇଥିଲେ । ତାଙ୍କର ବଟର ଚିକେନ୍ ଲୋଭ ପୂରଣ କରିବା ପାଇଁ ବ୍ୟକ୍ତି ଜଣଙ୍କ ମେଲବର୍ଣ୍ଣର ୩୨ କିଲୋମିଟର ପଶ୍ଚିମ ୱେର୍ବ୍ରିରେ ପହଞ୍ଚିଥିଲେ । ପୋଲିସ ତାଙ୍କୁ ଧରି ୧୬୫୨ ଡଲାର (୧.୨୩ ଲକ୍ଷ) ଜରିମନା ଆଦାୟ କରିଛି । ନିୟମ ଭାଙ୍ଗିବାରେ ଏ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ୭୪ରୁ ଅଧିକ ଲୋକ ସେହି ନିୟମକୁ ଉଲ୍ଲଂଘନ କରିଛନ୍ତି ଯେଉଁମାନେ ଏକାଠି ବସି ଖାଦ୍ୟ ଖାଉଥିଲେ ଏବଂ ସାଙ୍ଗମାନଙ୍କ ସହିତ ଏକାଠି ବସି ମଦ ପିଇବା ସବ ଭୋଜି କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.