ସବୁଠୁ ମହଙ୍ଗା ଡ୍ରାଇଭିଂ ଲାଇସେନ୍ସ : ୧୫୮ଥର ପରୀକ୍ଷାରେ ୩ଲକ୍ଷ ଟଙ୍କା ଖର୍ଚ୍ଚ, ଧର୍ଯ୍ୟକୁ ସଲାମ
14/01/2021 at 1:37 PM

ନୂଆଦିଲ୍ଲୀ ୧୪।୦୧: ଧର୍ଯ୍ୟକୁ ସଲାମ କରିବାକୁ ପଡିବ । ଗୋଟିଏ ଥର ଫେଲ୍ ହେବା ପରେ ସାଧାରଣତଃ ଲୋକଙ୍କର ମନୋବଳ ଭାଙ୍ଗିଯାଇଥାଏ । କିନ୍ତୁ ଜଣେ ବ୍ୟକ୍ତି ୧୫୭ଥର ଫେଲ୍ ହେବା ପରେ ବି ଟେଷ୍ଟରେ ପାସ୍ ହେବା ନିଶା ରହିଥିଲା । ଆସନ୍ତୁ ଜାଣିବା ଏମିତି ଏକ ଘଟଣା ଉପରେ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣମାନେ କେତେଥର ଟେଷ୍ଟ ଦେଇଛନ୍ତି ? ସାଧାରଣତଃ ୧୦ ଥର କିମ୍ବା ଏହାଠାରୁ ଆଉ କିଛି ଅଧିକ ଥର ଦେଇଥିବେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି । ଯିଏକି ୧୫୭ଥର ଡ୍ରାଇଭିଂ ଟେଷ୍ଟ ଦେଇ ଫେଲ୍ ମାରିଛନ୍ତି । ଶେଷରେ ୧୫୭ଥର ଟେଷ୍ଟିଂରେ ପାସ୍ କରିଛନ୍ତି । ଏଥିପାଇଁ ତାଙ୍କୁ ଖର୍ଚ୍ଚି କରିବାକୁ ପଡିଛି ପ୍ରାୟ ୭ଲକ୍ଷ ଟଙ୍କା ।
ଖବର ଅନୁଯାୟୀ, ଇଂଲଣ୍ଡର ଜଣେ ବ୍ୟକ୍ତି ଡ୍ରାଇଭିଂ ଟେଷ୍ଟ ପାଇଁ ଆବେଦନ କରୁଛନ୍ତି , ଏବଂ ପ୍ରତି ଆବେଦନରେ ସେ ଫେଲ୍ । ଏପିରି ଥରେ ନୁହେଁ କି ୨ ଥର ନୁହେଁ ବରଂ ଏମିତି ଲଗାତର ଭାବେ ୧୫୭ଥର ଆବେଦନ କରି ଡ୍ରାଇଭିଂ ଟେଷ୍ଟ ଦେଇଥିଲେ । କିନ୍ତୁ ସବୁଥରର ଟେଷ୍ଟରେ ସେ ଫେଲ୍ ହୋଇଛନ୍ତି । ପ୍ରତି ଟେଷ୍ଟ ପାଇଁ ଆବେଦନ ଉପରେ ଆବେଦନ କରିଚାଲିଥିଲେ । ଏଥିପାଇଁ ମୋଟ ୩,୦୦୦ ପାଉଣ୍ଡ (୩ଲକ୍ଷ) ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଶେଷରେ ସେ ୧୫୮ନଂ ଡ୍ରାଇଭିଂ ଟେଷ୍ଟିଂ ପାସ୍ କରିଛନ୍ତି ।
ସେହିପରି ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡରେ ଜଣେ ବ୍ୟକ୍ତିଙ୍କ ନାମରେ ରହିଥିଲା । ଯିଏକି ୧୧୭ଥରରେ ଡ୍ରାଇଭିଂ ଟେଷ୍ଟ ପାସ୍ କରିଥିଲେ । ଏହି ତାଲିକାରେ ତୃତୀୟ ସ୍ଥାନରେ ଥିବା ମହିଳାଜଣଙ୍କ ୯୪ଥର ଟେଷ୍ଟ ପରେ ପାସ୍ କରିଥିଲେ ।