Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ମାମୁ-ଭାଣିଜୀ ପ୍ରେମର ପରିଣତି ହେଲା ଜଟିଳ, ବାହାଘର ଭାଙ୍ଗିବାକୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଛାଡିଦେଲା ମାମୁ , ମାମଲା ଥାନାରେ

3/08/2020 at 4:12 PM

ସୁରଟ ୦୩।୦୮ : ସମ୍ପର୍କରେ ଲାଗିଲା କଳଙ୍କ । ତାହା ପୁଣି ମାମୁଁ ଓ ଭାଣିଜୀ ଭଳି ଏକ ସମ୍ପର୍କରେ । ଗୁଜୁରାଟର ସୁରଟ ଅଞ୍ଚଳର ଜଣେ ୨୫ବର୍ଷୀୟା ଯୁବତୀ ନିଜ ମାମୁଁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅନ୍ତରଙ୍ଗ ସମୟର ଭିଡିଓ ରେକର୍ଡ କରି ତାହାକୁ ଭାଇରାଲ କରିଦେଇଛନ୍ତି ୩୦ବର୍ଷୀୟ ମାମୁଁ । ଏନେଇ ମହିଳାଜଣଙ୍କ ପୋଲିସରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରିଣୀ ସୁରଟର ପୁଣେ ଅଞ୍ଚଳରେ ଏକ ଶାଢୀ ଗୋଦାମରେ କାମ କରନ୍ତି । ସେ ଶାଢୀ ଉପରେ ଲେସ୍‌ ପକାଇବା କାମ କରନ୍ତି । ତାଙ୍କ ମାମୁଁଙ୍କ ଠାରୁ ଯୁବତୀଜଣଙ୍କ ଏହି କାମ ଶିଖିଥିଲେ । ଏହିପରି ଭାବରେ କାମ କରିବା ବେଳେରେ ମାମୁଁ-ଭାଣିଜିଙ୍କ ମଧ୍ୟରେ ସଂପର୍କ ବଢିଥିଲା । ନିୟମିତ ଭାବରେ ସେ (ମାମୁଁ) ଯୁବତୀଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଅଭିଯୋଗକାରିଣୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସଂପର୍କରେ ସେ ତାଙ୍କର ମାମୁଁ ଅଟନ୍ତି । କିନ୍ତୁ ତାଙ୍କୁ ମାମୁଁ ବୋଲି ଡାକିବାକୁ ମନା କରିଥିଲେ । ଉଭୟଙ୍କ ବୟସ ମଧ୍ୟରେ ପାର୍ଥକ୍ୟ ବହୁତ କମ୍‌ ଥିବାରୁ , ମାମୁଁ ଡାକିବାକୁ ମନା କରିଦେଇଥିଲେ ଯୁବକ । ଏହିପରି ଭାବରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା । ତାହା ଶାରିରୀକ ସଂପର୍କ ଆଡକୁ ଯାଇଥିଲା ।

ଗତ ବର୍ଷ ମାମୁଁ ଜଣଙ୍କ ଯୁବତୀଙ୍କ ପ୍ରେମ ନିବେଦନ କରିଥିଲେ । ଏଥିରେ ଯୁବତୀଜଣଙ୍କ ରାଜି ମଧ୍ୟ ହୋଇଥିଲେ । କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଏହାପରେ ଉଭୟ ସହମତିରେ ଶାରିରୀକ ସମ୍ପର୍କ ରଖିଥିଲେ ତେବେ ଯୁବକଜଣଙ୍କ କୌଣଳ କରି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରେକଡିଂ କରିଥିଲେ । କିଛି ଦିନ ପରେ ଯୁବତୀଙ୍କ ପରିବାର କିନ୍ତୁ ତାଙ୍କ ବିବାହ ଅନ୍ୟଜଣେ ଯୁବକଙ୍କ ସହିତ କରିବାକୁ ସ୍ଥିର କରିଥିଲେ । କାରଣ ପରିବାର ଲୋକଙ୍କ ପସନ୍ଦ ଅନୁଯାୟୀ ଯୁବତୀଙ୍କ ଉପଯୁକ୍ତ ଏକ ପାତ୍ର ମିଳିଯାଇଥିଲା ।

ସେପଟେ ଯୁବତୀଙ୍କ ବିବାହ ଖବର ଜାଣି ମାମୁଁ ଜଣଙ୍କ ଏକ ଆଶ୍ଚର୍ଯ୍ୟର କଥା କହିଥିଲେ । ବିବାହ ପରେ ବି ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । କିନ୍ତୁ ଯୁବତୀଜଣଙ୍କ ଏପରି ପ୍ରସ୍ତାବରେ ରାଜି ହୋଇନଥିଲେ , ଏବଂ ମାମୁଁଙ୍କ ସହିତ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ । ଏହାପରେ ମାମୁଁ  ପ୍ରତିଶୋଧ ପରାୟଣ ହୋଇଉଠିଥିଲା । ସେ ଭାଣିଜି ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ତାଙ୍କ ପିତାଙ୍କ ନିକଟକୁ ପଠାଇଦେଇଥିଲେ  । ତେବେ କେବଳ ପିତାଙ୍କ ନିକଟକୁ ନୁହେଁ, ବରଂ ସେ ନିଜ ସମ୍ପ୍ରଦାୟର ଅନ୍ୟ କେତେକ ଲୋକଙ୍କ ସହିତ ଏହି ଭିଡିଓକୁ ସେୟାର ମଧ୍ୟ କରିଦେଇଥିଲେ । ଫଳରେ ଘଟଣା ଜଟିଳ ହେବାରୁ ଏବେ ଯୁବତୀଜଣଙ୍କ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

   Related Posts