Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

କମନ୍ ଟଏଲେଟ୍‌ରେ ମୋବାଇଲ ଲୁଚାଇ ଭିଡିଓ ରେକର୍ଡିଙ୍ଗ କରୁଥିଲା ଯୁବକ : ଚାଲ୍ ଧରିନେଲେ ମହିଳା, ବାନ୍ଧିଲା ପୋଲିସ୍

5/06/2020 at 6:07 PM

ମୁମ୍ବାଇ ୦୫/୦୬ : ଗୁରୁବାର ଦିନ ମୁମ୍ବାଇ ଅଗ୍ରିପଡା ଅଞ୍ଚଳରୁ ପୋଲିସ ଜଣେ ୩୯ ବର୍ଷ ବୟସ୍କ ଯୁବକକୁ ଗିରଫ କରିଛି | ଯୁବକ ଜଣକ ଶୌଚାଳୟରେ ମୋବାଇଲ ଲୁଚାଇ ରଖି ମହିଳାଙ୍କ ଭିଡିଓ ରେକର୍ଡିଙ୍ଗ କରୁଥିବା ଅଭିଯୋଗ ହୋଇଛି | ଅଭିଯୁକ୍ତ ଜଣକ ହେଲା ପ୍ରଶାନ୍ତ ସିଂହ | ପୋଲିସ କହିବାନୁଯାୟୀ, ବୁଧବାର ଅପରାହ୍ନରେ ମହିଳା ଜଣକ ଚଲ ର କମନ ଟୟଲେଟ ବ୍ୟବହାର କରିବାକୁ ଯାଇଥିଲେ | ଅଭିଯୁକ୍ତ ନିଜ ଫୋନ ଟୟଲେଟ ଝରକା ପାଖରେ ରଖିଥିଲା | ଟୟଲେଟରେ ମହିଳାଙ୍କ ନଜର ମୋବାଇଲ ଉପରେ ପଡିଥିଲା | ମହିଳା ମୋବାଇଲ ନେଇ ଶୌଚାଳୟ ବାହାରକୁ ଚାଲି ଆସିଲେ |

ମୋବାଇଲ ବାହାରକୁ ଆସିବା ପରେ ମୋବାଇଲ ଲୁଚେଇ ରଖିଥିବା ଯୁବକ ମଧ୍ୟ ସାମ୍ନାକୁ ଆସି ମହିଳାଙ୍କୁ ନିଜ ମୋବାଇଲ ମାଗିଥିଲେ | ତାପରେ ମହିଳା ନିଜ ଭାଇ ଓ ଚଲରେ ରହୁଥିବା ଅନ୍ୟମାନଙ୍କୁ ଡାକିଥିଲେ | ମହିଳା ସମସ୍ତଙ୍କୁ ପୁରା ଘଟଣା ସମ୍ପର୍କରେ କହିଥିଲେ | ଲୋକଙ୍କ ସାମ୍ନାରେ ଯୁବକ ଏହି ଅଭିଯୋଗକୁ ଖଣ୍ଦନ କରିଥିଲା ଯେ ଶୌଚାଳୟରେ ମୋବାଇଲ ସେ ଲୁଚେଇଥିଲା | କିନ୍ତୁ ଯେତେବେଳେ ସ୍ଥାନୀୟାଲୋକେ ଯୁବକର ମୋବାଇଲରେ ଗ୍ୟାଲେରୀ ଚେକ କରିଥିଲେ ମହିଳାଙ୍କ ଭିଡିଓ ମୋବାଇଲ ଗ୍ୟାଲେରୀରେ ପାଇଥିଲେ |

ଏହାପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ | ଅଗ୍ରିପଡା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା |  ଅଭିଯୁକ୍ତ ବିରୋଧରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଓ ଇନଫର୍ମେଶନ ଟେକ୍ନୋଲୋଜି ଧାରା ଲଗାଯାଇଛି |

   Related Posts