ତୁମେ ଖାଉଛ ଆମକୁ ବି ଦିଅ, ଗାଈ-ବାଛୁରୀକୁ ନିଜ ହାତରେ ଗୁପ୍‌ଚୁପ୍‌ ଖୁଆଇ ଦେଉଛନ୍ତି ବ୍ୟକ୍ତି, ନିଃସ୍ବାର୍ଥ ପ୍ରେମର ଭିଡିଓ ଭାଇରାଲ୍‌

Published By : Prameya-News7 Bureau | June 06, 2021 IST

ଲକ୍ଷ୍ନୌ ୦୬/୦୬ : ଆମ ଦେଶରେ ତଥା ହିନ୍ଦୁ ସଂସ୍କୃତିରେ ଗାଈକୁ ମା'ର ମାନ୍ୟତା ଦିଆଯାଇଛି । ଗାଈକୁ ହିନ୍ଦୁମାନେ ଗୋମାତା ରୂପେ ପୂଜା କରନ୍ତି । କିନ୍ତୁ ବୁଲା ଗାଈଙ୍କ ସମ୍ପର୍କରେ କେହି ଏମିତି ଚିନ୍ତା କରନ୍ତି କି ? ବୁଲା ଗାଈଙ୍କୁ କଣ ଲୋକେ ସମ୍ମାନ କରନ୍ତି ? ଅଧିକାଂଶ ସମୟରେ ବୁଲା ଗାଈ ରାସ୍ତାରେ ପଡିଥିବା ଅଳିଆ, କାଗଜପତ୍ର ଖାଉଥିବାର ଦେଖିବାକୁ ମିଳେ । ରାସ୍ତାରେ ପଡିଥିବା ଅଳିଆ ଖାଇ ଅନେକ ଗାଈଙ୍କ ମୃତ୍ୟୁ ମଧ୍ୟ ହେଉଛି । ପଶୁ ଡାକ୍ତର ଅପରେସନ କରି ଗାଈ ପେଟରୁ ଅଳିଆ ଆବର୍ଜନା ବାହାର କରିଥିବା ମଧ୍ୟ ଅନେକ ଭିଡିଓରେ ଦେଖିବାକୁ ମିଳିଛି ।

କିଛି ଲୋକ ଗାଈଙ୍କୁ ବାସି ଓ ବଳକା ଖାଦ୍ୟ ଦେଇଥାନ୍ତି । କିନ୍ତୁ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଗାଈକୁ ସତରେ ଗୋମାତାର ସମ୍ମାନ ଦେଇଥାନ୍ତି ଓ ଖାଇବାକୁ ଦେଇଥାନ୍ତି । ସୋସିଆଲ ମିଡ଼ିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ବୁଲା ଗାଈ ଓ ବାଛୁରୀକୁ ଗୁପଚୁପ ଖୁଆଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବାପରେ ଲୋକଙ୍କ ହୃଦୟକୁ ଛୁଇଁଛି । ଗୁପଚୁପ ଠେଲା ପାଖରେ ଛିଡା ହୋଇ ଜଣେ ବ୍ୟକ୍ତି ଦୋକାନୀଠାରୁ ଗୁପ୍‌ଚୁପ୍‌ ଆଣି ଗାଈ ଓ ବାଛୁରୀକୁ ନିଜ ହାତରେ ଖୁଆଇ ଦେଉଛନ୍ତି ।

ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକେ ଖୁବ ପସନ୍ଦ କରିଛନ୍ତି । ଲୋକେ ଉକ୍ତ ବ୍ୟକ୍ତିଙ୍କର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ଭିଡିଓଟି ଲକ୍ଷ୍ନୌର ରେଡ ହିଲ କନଭେଣ୍ଟ ସ୍କୁଲ ନିକଟରେ ସୁଟ୍‌ କରାଯାଇଥିବା କୁହାଯାଉଛି । ଭିଡିଓକୁ ଇନଷ୍ଟାଗ୍ରାମରେ Sree130920 ଆକାଉଣ୍ଟରୁ ସେୟାର କରାଯାଇଛି । ଏବେ ସୁଦ୍ଧା ଭିଡିଓକୁ ୬୪ ହଜାରରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ପ୍ରାୟ ଲକ୍ଷେ ଲୋକ ଭିଡିଓକୁ ଦେଖି ସାରିଛନ୍ତି । ଭିଡିଓରେ ୟୁଜର୍ସ କମେଣ୍ଟ କରି ନିଜ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ଆଜିକା ଏହି ସ୍ୱାର୍ଥପର ଦୁନିଆରେ ଏଭଳି ନିଃସ୍ବାର୍ଥପରତାର ଏକ ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଇଁଛି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.