ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲରେ କାଟିଲେ ୧୦ ବର୍ଷ, ନିର୍ଦ୍ଦୋଷରେ ଖଲାସ ହେବାବେଳକୁ ଚାଲିଯାଇଥିଲା ବାପାର ଜୀବନ

Published By : Prameya-News7 Bureau | December 24, 2018 IST

ଦିଲ୍ଲୀ ୨୪/୧୨ -ଦୁନିଆ ବଡ଼ ବିଚିତ୍ର । ବେଳେବେଳେ ଦୁନିଆକୁ ଦେଖିଲେ ଲାଗେ ଜୀବନ ଖାଲି ଅଭିନୟରେ ଚାଲିଛି । ନିଜକୁ ଦୋଷରୁ ମୁକୁଳେଇବା ପାଇଁ କାହା ମୁଣ୍ଡରେ ଅଠା କିଏ କେତେବେଳେ ବି ବୋଳି ପାରେ । ଘଟଣାଟିଏ ଘଟିଛି ଦିଲ୍ଲୀରେ ,  ଯାହା ନିଜ ଝିଅ ବି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ବାପା ମୁଣ୍ଡରେ ବୋଳିଛି ଅଠା ।

{"id":66801,"width":588,"height":313}

ଜଣେ ୧୭ ବର୍ଷି୍ୟା ନାବାଳିକା ପୋଲିସ ପାଖରେ ଆଣିଥିଲା ସାଂଘାତିକ ଅଭିଯୋଗ । ସେହି ଅଭିଯୋଗକୁ ଆଧାର କରି ପୋଲିସ ବି ନାବାଳିକା ବାପଙ୍କ ନାଁରେ ମାମଲା ଦାୟର କରିଥିଲା । ନାବାଳିକାଙ୍କ ଅଭିଯୋଗକ୍ରମେ ତାଙ୍କ ବାପା ଲଗାତର ୫ ବର୍ଷଧରି ଦୁଷ୍କର୍ମ କରୁଛନ୍ତି । ୧୯୯୬ ମସିହାରେ ନାବାଳିକା କରିଥିଲେ ଏହି ଅଭିଯୋଗ ।ସେଥିରେ ସେ ଦର୍ଶାଇଥିଲେ ତାଙ୍କ ବାପା ୧୯୯୧ ମସିହାରୁ ତାଙ୍କ ସହ ଶାରୀରିକ ସଂପର୍କ ରଖୁଛନ୍ତି । ନାବାଳିକାର ବୟାନ ଅନୁସାରେ ପୋଲିସ ମାମଲାକୁ ଗୁରୁତର ସହ ନେଇଥିଲା ।

ଏହି ବାବଦରେ ନାବାଳିକା ବାପାଙ୍କ କଥାକୁ ପୋଲିସ କିଛି ଗୁରୁତ୍ଵ ଦେଇ ନଥିଲା । ସେ କହିଥିଲେ ଅଭିଯୋଗ ସତ ନୁହେଁ, ଘଟଣା ବାବଦରେ ଯାହା ମାମଲାରେ ଦାୟର ହୋଇଛି ତାହା ସଂପୂର୍ଣ୍ଣ ମିଛ ବୋଲି ପୀଡ଼ିତାଙ୍କ ବାପା କହିଥିଲେ । ସେହି ସମୟରେ ସେ କୋର୍ଟକୁ ଡ଼ିଏନଏ ଟେଷ୍ଟ ପାଇଁ କହିଥିଲେ ବି କୋର୍ଟ ଅଗ୍ରାହ୍ୟ କରିଦେଇଥିଲା । ଡ଼ିଏନଏ ଟେଷ୍ଟ ଦ୍ଵାରା ପ୍ରକୃତ ସତ୍ୟାସତ ଆସିପାରିବ ନାହିଁ ବୋଲି କୋର୍ଟ ତରଫରୁ ମଧ୍ୟ କୁହାଯାଇଥିଲା ।

ପୀଡ଼ିତାଙ୍କ ବାପା ମଧ୍ୟ ନିଜ ଚାକିରି ସମୟର ସର୍ଭିସ ରେକର୍ଡ଼ ପ୍ରଦାନ କରିଥିଲେ । ସେ ମଧ୍ୟ ଆହୁରି ଦର୍ଶାଇଥିଲେ, ଚାକିରି ସମୟରେ ତାଙ୍କ ପରିବାର ୪୦ କି.ମି. ଦୂରରେ ରହୁଥିଲେ । ସେ ପ୍ରତିରକ୍ଷା ବିଭାଗର ଇଲେକଟ୍ରିକ ବିଭାଗରେ ଉଦ୍ଦାମପୁରରେ ରହୁଥିଲେ । ସେହି ସମୟ ମଧ୍ୟରେ ସେ ଘରକୁ ଯାଇ ନ ଥିବା କଥା ମଧ୍ୟ ପ୍ରମାଣ ସହ ଦର୍ଶାଇଥିଲେ । ନାବାଳିକାଙ୍କ ବାପା ମଧ୍ୟ ଆହୁରି ଦର୍ଶାଇଥିଲେ – ତାଙ୍କ ଝିଅ କିଛି ଦିନ ଧରି ନିଖୋଜ ଥିଲା । ଏ ବାବଦରେ  ଥାନାରେ ବି ଏତଲା ଦେଇଥିଲେ ।  କିନ୍ତୁ ତାଙ୍କ ଝିଅ ଘରକୁ ଫେରିବାବେଳକୁ ଗର୍ଭବତୀ ଥିଲା । ଏଥିପାଇଁ ତା ସହିତ ମିଳାମିଶା କରୁଥିବା ଜଣେ ପୁରୁଷବନ୍ଧୁ ଦାୟୀ,  ସେ ଏହି ଦୁଷ୍କର୍ମରେ ଜଡ଼ିତ ନ ଥିବା କଥା କହିଥିଲେ । କିନ୍ତୁ ଏବାବଦରେ କିଛି ସମାଧାନ ହୋଇପାରି ନ ଥିଲା ।

କିନ୍ତୁ ନାବାଳିକାଙ୍କ ମାମଲାକୁ ଭିତ୍ତିକରି ମାମଲା ରୁଜୁ ହୋଇଥିଲା । ଯାହା ଫଳରେ ନାବାଳିକା ବାପାଙ୍କୁ ଜେଲ   ପଠାଇ ଦିଆଯାଇଥିଲା ।  ବିଚାର ବିଭାଗୀୟ ଜେଲରେ ସେତେବେଳକୁ କାଟିସାରିଥିଲେ ଦଶବର୍ଷ ।

ମାମଲାର ଶୁଣାଣିବେଳକୁ ସେ ଆରପାରିକୁ ବାଟ କାଟିସାରିଥିଲେ । କୋର୍ଟ ପ୍ରମାଣ ଅଭାବରୁ ନାବାଳିକାଙ୍କ ବାପାକୁ ନିର୍ଦ୍ଧୋଷରେ ଖଲାସ କଲା ସିନା କିନ୍ତୁ ଏହି ଘଟଣା ପରେ ମାନସିକ ଅଶାନ୍ତି ରହି ମୃତ୍ୟୁହୋଇଥିବା କଥା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ।

ନାବାଳିକା ନିଜ ବୟଫ୍ରେଣ୍ଡ ସହ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେବାପରେ ବାପା ମୁଣ୍ଡରେ ଅଠାବୋଳି ଜେଲ ପଠାଇବା କୋର୍ଟ ରାୟ ଦେବା ପରେ ଚର୍ଚ୍ଚାର ବିଷୟ ହୋଇଛି । ବିନା ଦୋଷରେ ନିଜ ଜନ୍ମକଲା ବାପାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ ଜେଲ ପଠାଇବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏଭଳି କାହା ଜୀବନରେ ନ ଘଟୁ କି କୋଉ ଝିଅ ନିଜ ବାପା ନାଁରେ କଳଙ୍କ ନ ଦେଉ ।

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.